ETV Bharat / bharat

ଲକଡାଉନରେ 354 ଗର୍ଭବତୀଙ୍କୁ ଡାକ୍ତରଖାନରେ ପହଞ୍ଚାଇଲା ପିସିଆର

ଲକଡାଉନରେ ପିସିଆରର ଅଦ୍ଭୁଦ ପୂର୍ବ ସେବା । ଲୋକଙ୍କୁ ସୁରକ୍ଷା ଦେବା ସହ 354 ଗର୍ଭବତୀଙ୍କୁ ପହଞ୍ଚାଇଲା ପିସିଆର । ପୋଲିସର ସେବାକୁ ପରିବାର ଲୋକଙ୍କ ଠାରୁ ଡାକ୍ତର ସମସ୍ତେ କରିଛନ୍ତି ପ୍ରଶଂସା । ଅଧିକ ପଢନ୍ତୁ...

author img

By

Published : Apr 13, 2020, 5:53 PM IST

ଲକଡାଉନରେ 354 ଗର୍ଭବତୀଙ୍କୁ ଡାକ୍ତରଖାନରେ ପହଞ୍ଚାଇଲା ପିସିଆର
ଲକଡାଉନରେ 354 ଗର୍ଭବତୀଙ୍କୁ ଡାକ୍ତରଖାନରେ ପହଞ୍ଚାଇଲା ପିସିଆର

ନୂଆଦିଲ୍ଲୀ: କୋରୋନା ଯୋଗୁଁ ପରିବହନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଯାଇଛି । ଏତିକି ବେଳେ ଡାକ୍ତରଖାନା ଯିବାକୁ ଲୋକଙ୍କୁ ଅସୁବିଧା ହେଉଛି । ଖାସ କରି ଲୋକଙ୍କୁ ନା ଗାଡି ମିଳୁଛି ନା ଆମ୍ବୁଲାନ୍ସ । ଏପରିସ୍ଥଳେ ପିସିଆର ଏହି ଲୋକଙ୍କର ସାହାଯ୍ୟ କରୁଛି । ଲକଡାଉନ ସମୟରେ ପିସିଆର ଦ୍ବାରା 354 ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଦିଆଯାଇଛି ।

ଡିସିପି ସରତ ସିନ୍ହାଙ୍କ କହିବାନୁଯାୟୀ, କୋରୋନା ଭାଇରସକ ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀ ଦିଲ୍ଲୀରେ ଲକଡାଉନକୁ କଡାକଡି ଭାବରେ ପାଳନ କରାଯାଉଛି । ପବ୍ଲିକ ଟ୍ରାନ୍ସପୋର୍ଟ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି । ଏତିକି ବେଳେ ଲୋକଙ୍କୁ ନା ଅଟୋ ମିଳୁଛି ଟ୍ୟାକ୍ସି । ଗରିବ ଲୋକମାନେ ଡାକ୍ତରଖାନା ଯିବାକୁ ନାହିଁ ନଥିବା ଅସୁବିଦାର ସମ୍ମୁଖୀନ ହେଉଛନ୍ତି । ଏତିକି ବେଳେ ସବୁବେଳେ ଆମ୍ବୁଲାନ୍ସ ସୁବିଧା ନମିଳୁଥିବା ହେତୁ ଲୋକଙ୍କୁ ପିସିଆର ସାହାଯ୍ୟରେ ମେଡିକାଲ ନିଆଯାଉଛି । ଖାସ କରି ଗର୍ଭବତୀ ମହିଳା କିମ୍ବା ଅନ୍ୟ ଗୁରୁତର ଲୋକଙ୍କୁ ଏଥିରେ ନିଆଯାଉଛି ।

ଡିସିପି ସରତ ସିନ୍ହା ସୂଚନା ଦେଇକହିଛନ୍ତି ଯେ ଲକଡାଉନରେ 354 ଗର୍ଭବତୀ ମହିଳାଙ୍କୁ ପିସିଆରରେ ଡାକ୍ତରଖାନା ନିଆଯାଇଛି । ଯେଉଁଥିରୁ 45 ଜଣ ମହିଳାଙ୍କ ଅବସ୍ଥା ଅତି ଗୁରୁତର ରହିଥିଲା । ତେବେ ପୋଲିସର ଏହି ସେବା ପରେ ମହିଳାଙ୍କ ପରିବାର ଲୋକ ଓ ଡାକ୍ତରମାନେ ମଧ୍ୟ ପୋଲିସକୁ ସାଧୁବାଦ ଜଣାଇଥିଲେ । ତେବେ ଗତ 24 ଘଣ୍ଟା ଭିତରେ 35 ଜଣ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.