ETV Bharat / bharat

ଟ୍ରେନ ତଳୁ 3 ବର୍ଷର ଶିଶୁ ଉଦ୍ଧାର

ହଜି ଯାଉଛି ମାନବିକତା । ଦିନକୁ ଦିନ ନୃଶଂସ ପାଲଟୁଛି ମଣିଷ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଆଜମେର ରେଳ ଷ୍ଟେସନରେ । ପଢନ୍ତୁ ଅଧିକ ଖବର...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 30, 2019, 11:22 PM IST

ଜୟପୁର: ରାଜସ୍ଥାନ ଆଜମେର ରେଳ ଷ୍ଟେସନରେ ଜଣେ ମହିଳା ଏକ 3 ବର୍ଷର ଶିଶୁକନ୍ୟାକୁ ଠିଆ ହୋଇଥିବା ଟ୍ରେନ ତଳେ ଛାଡି ଫେରାର ହୋଇଯାଇଥିଲା । ତେବେ ସେଠାରେ ଉପସ୍ଥିତ ଥିବା ଯାତ୍ରୀଙ୍କ ସହାୟତାରେ ସେହି ପିଲାକୁ ଟ୍ରେନ ବଗି ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତ ଅକ୍ଟୋବର 9 ତାରିଖରେ ଏ ଘଟଣା ଘଟିଥିବା ବେଳେ, ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଏଥିରେ ଦେଖିବାକୁ ମିଳିଛି ଯେ, ଆଜମେର ରେଳଷ୍ଟେସନର ପ୍ଲାର୍ଟଫର୍ମ ନମ୍ବର 2-3 ରେ ଜଣେ ମହିଳା ଜଣଙ୍କ, ଏକ 3 ବର୍ଷର ଶିଶୁକୁ କାନ୍ଧରେ ପକାଇ କିଛି ସମୟ ପ୍ଲାଟଫର୍ମରେ ଚାଲିକି ଯାଉଛନ୍ତି । ଏହା ପରେ ସୁଯୋଗ ଦେଖି ସେଠାରେ ଅଟକି ଥିବା ଶିଶୁକୁ ଟ୍ରେନ ତଳେ ଛାଡିଦେଇ ତରତର ହୋଇ ଏପଟ ସେପଟ ଦେଖି ଚାଲି ଯାଉଛନ୍ତି ।

ଟ୍ରେନ ଭିତରେ ଥିବା ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ଦେଖିବା ପରେ ଉକ୍ତ ସ୍ଥାନରୁ ଫେରାର ହୋଇ ଯାଉଛନ୍ତି ମହିଳା। ଏହାପରେ ଯାତ୍ରୀଙ୍କ ସହାୟତାରେ ଉକ୍ତ ଶିଶୁକନ୍ୟାକୁ ଟ୍ରେନ ତଳୁ ଉଦ୍ଧାର କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି।ରେଳ ଷ୍ଟେସନ ପରିସରରୁ ଉଦ୍ଧାର ହୋଇଥିବା ଶିଶୁକୁ ଜିଆରପି ପୋଲିସ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି। ଷ୍ଟେସନରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପରେ ଏ ଘଟଣାର ପର୍ଦ୍ଦାଫାସ ହୋଇଛି। ମହିଳା ଜଣଙ୍କ କିଏ ଓ କାହିଁକି ସେ ଶିଶୁକୁ ଆଣି ଟ୍ରେନ ତଳେ ଛାଡିଲେ ସେ ନେଇ ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.