ETV Bharat / bharat

ବୋରୱେଲରେ ପଡି ତିନିବର୍ଷର ଶିଶୁ ମୃତ

ବୋରୱେଲ ପାଇଁ ଖୋଳାଯାଇଥିବା 120 ଫୁଟ ଗାତରେ ତିନି ବର୍ଷର ଶିଶୁ ପଡିଯାଇଥିବା ବେଳେ ପ୍ରାୟ 10 ଘଣ୍ଟା ପରେ ଶିଶୁର ମୃତଦେହ ଉଦ୍ଧାର ହୋଇଛି ।

ବୋର ୱେଲରେ ପଡି ତିନିବର୍ଷର ଶିଶୁ ମୃତ
ବୋର ୱେଲରେ ପଡି ତିନିବର୍ଷର ଶିଶୁ ମୃତ
author img

By

Published : May 28, 2020, 12:05 PM IST

ହାଇଦ୍ରାବାଦ: ତେଲେଙ୍ଗାନା ମେଦକ ଜିଲ୍ଲାରେ 3 ବର୍ଷର ଶିଶୁ ବୁଧବାର ଏକ ବୋରୱେଲରେ ପଡି ଯାଇଥିଲା । ଗତକାଲି ଠୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ଶିଶୁର ମୃତଦେହ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି ।

ପାଖାପାଖି 10 ଘଣ୍ଟା ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ପୋଲିସ ସୁପରିଟେଣ୍ଡେଟଙ୍କ କହିବାନୁଯାୟୀ ଉଦ୍ଧାର କରିବାର କିଛି ସମୟ ଭିତରେ ଶିଶୁଟିର ମୃତ୍ୟୁ ହୋଇଥିଲା । କାଦୁଅରେ ବୁଡି ଯାଇଥିବା ହେତୁ ଅମ୍ଳଜାନ ଅଭାବରୁ ଶିଶୁଟି ଅଣନିଃଶ୍ବାସୀ ହୋଇପଡିଥିଲା ।

ସୂଚନାନୁଯାୟୀ, ବୁଧବାର ସନ୍ଧ୍ୟା 5 ଟାରେ ଶିଶୁଟି ତା ଜେଜେ ବାପା ସହ ଚାଲୁଥିବା ସମୟରେ ଗୋଡ ଖସି ଯିବାରୁ ବୋର ୱେଲ ପାଇଁ ଖୋଳା ଯାଇଥିବା 120 ଫୁଟ ତଳକୁ ଖସିପଡିଥିଲା । ଏହାପରେ ସେଠାରେ ପୋଲିସ ଓ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏପରିକି ସେହି ଗର୍ତ୍ତ ମଧ୍ୟରେ ଅମ୍ଳଜାନ ଗ୍ୟାସ ମଧ୍ୟ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି 25 ଫୁଟ ତଳୁ ଶିଶୁର ମୃତ ଦେହ ଉଦ୍ଧାର ହୋଇଥିବା ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.