ETV Bharat / bharat

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ 3 ଯୁବକ ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର - ନାବିଳାକକୁ ଦୁଷ୍କର୍ମ ଅଭିଯୋଗରେ 3ଯୁବକ ଗିରଫ

3 ଯୁବକଙ୍କୁ କେରଳ ରାଜ୍ୟର ଏର୍ନାକୁଲମର ମଞ୍ଜୁମଲରେ 14ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଶାହିଦ, ଫରହାଦ ଖାନ, ହନିଫା ।

ନାବିଳାକକୁ ଦୁଷ୍କର୍ମ ଅଭିଯୋଗରେ 3ଯୁବକ ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର

author img

By

Published : Aug 25, 2020, 10:45 AM IST

Updated : Aug 25, 2020, 10:51 AM IST

ଥିରୁଅନନ୍ତପୁରମ: ୟୁପିର 3 ଯୁବକଙ୍କୁ କେରଳ ରାଜ୍ୟର ଏର୍ନାକୁଲମର ମଞ୍ଜୁମଲରେ 14ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ଶାହିଦ, ଫରହାଦ ଖାନ, ହନିଫା ।

ପୋଲିସର ସୂଚନାନୁସାରେ, ଅନ୍ୟ 3 ଅଭିଯୁକ୍ତମାନେ ରାଜ୍ୟ ଛାଡି ପଳାଇଛନ୍ତି । ସେମାନେ ଲକଡାଉନ ବେଳେ ଚାଲୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ୟୁପି ପଳାଇଛନ୍ତି । ଅଭିଯୁକ୍ତମାନେ ପୀଡିତାଙ୍କ ଘର ପାଖରେ ରହୁଥୁଲେ ଓ ପୀଡିତା ସହ ବନ୍ଧୁତ୍ବ ସ୍ଥାପନ କରିଥିଲେ । ପରେ ସେହି ନାବାଳିକାକୁ ଧମକ ଚମକ ଦେଇ ବଳପୂର୍ବକ ଯୌନ ଶୋଷଣ କରିଥିଲେ । ପ୍ରଥମେ ମଞ୍ଜୁମଲରେ ସେମାନଙ୍କ ଭଡା ଘରେ ଦୁଷ୍କର୍ମ କରିଥିଲେ । ମାର୍ଚ୍ଚରୁ ଅଗଷ୍ଟ ଯାଏଁ ନାବାଳିକକୁ ଶୋଷଣ କରିଥିଲେ ।

ସୂଚନାଥାଉକି, ପୀଡିତା ସମ୍ପର୍କୀୟଙ୍କ ଘରେ ରହେ । କାଉନସିଲିଂ ସମୟରେ ପୀଡିତା ଦୁଷ୍କର୍ମ ହୋଇଥିବା କଥା କହିଥିଲା । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କୁ କୋର୍ଟରେ ହାଜିର କରାଯାଇ ରିମାଣ୍ଡରେ ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 25, 2020, 10:51 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.