ETV Bharat / bharat

ମଦ ବୋତଲ ଧରି ଫଟୋ ଉଠାଇ 3 ରାଜସ୍ୱ ବିଭାଗର ଅଧିକାରୀ ନିଲମ୍ବିତ - Raisen district

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ, ହାତରେ ମଦ ବୋତଲ ଧରି ଖୁସି ମନାଇ ଫଟୋ ଉଠାଇଥିବା ରାଜସ୍ବ ବିଭାଗର 3 ଜଣ ଅଧିକାରୀଙ୍କୁ ନିଲମ୍ବିତ କଲେ ବରେଲି ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ । ଅଧିକ ପଢନ୍ତୁ...

3 revenue department officials have been suspended
ହାତରେ ମଦ ବୋତଲ ଧରି ଫଟୋ ଉଠାଇ 3 ରାଜସ୍ୱ ବିଭାଗର ଅଧିକାରୀ ନିଲମ୍ବିତ
author img

By

Published : Apr 19, 2020, 12:31 PM IST

ଭୋପାଳ: ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ 3 ଜଣ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହାତରେ ମଦ ବୋତଲ ଧରିଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଦ୍ବାରା ନିଲମ୍ବିତ ହୋଇଛନ୍ତି ।

ଦେଶ କୋରୋନା ଦ୍ବାରା କବଳିତ ଥିବାବେଳେ ବର୍ତ୍ତମାନ ମଧ୍ୟପ୍ରଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ପାଉଛି । ଦେଶରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏଭଳି ପରିସ୍ଥିତିରେ ସମସ୍ତ ବ୍ୟବସାୟ, ଦୋକାନ ବଜାର, ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ଯାହା ଦ୍ବାରା ଦେଶ ଅନେକ ପ୍ରକାର କ୍ଷତି ସହୁଥିବାବେଳେ, ଲୋକେ ନାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ହେଲେ ଏଭଳି ପରିସ୍ଥିତିରେ ରାଜସ୍ବ ବିଭାଗର 3 ଜଣ ଅଧିକାରୀଙ୍କ ହାତରେ ମଦ ବୋତଲ ଧରିଥିବା ଫଟୋ ଭାଇରାଲ ହେବା ଏକ ନିନ୍ଦନୀୟ ଘଟଣା । ଯାହାକୁ ନେଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.