ETV Bharat / bharat

3 ମାକ୍ସ ମେଡିକାଲ କର୍ମଚାରୀ କୋରୋନା ପଜିଟିଭ

ଦିଲ୍ଲୀସ୍ଥିତ ମାକ୍ସ ହସ୍ପିଟାଲର 3 କର୍ମଚାରୀଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିଛି । ସେହି 3 କର୍ମଚାରୀଙ୍କ ମଧ୍ୟରୁ ଜଣେ ଡାକ୍ତର, ଜଣେ ନର୍ସ ଏବଂ ଅନ୍ୟଜଣେ ନନ-ମେଡିକାଲ ଷ୍ଟାପ ବୋଲି କହୁଯାଉଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Apr 13, 2020, 7:05 PM IST

ମେଡିକାଲ କର୍ମଚାରୀଙ୍କର କୋରୋନା ପଜିଟିଭ
ମେଡିକାଲ କର୍ମଚାରୀଙ୍କର କୋରୋନା ପଜିଟିଭ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀସ୍ଥିତ ମାକ୍ସ ହସ୍ପିଟାଲର 3 କର୍ମଚାରୀଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିଛି । ହସ୍ପିଟାଲର ଜଣେ ଅଧିକାରୀ ସୋମବାର ଏହାର ସୂଚନା ଦେଇଛନ୍ତି । ସେହି 3 କର୍ମଚାରୀଙ୍କ ମଧ୍ୟରୁ ଜଣେ ଡାକ୍ତର, ଜଣେ ନର୍ସ ଏବଂ ଅନ୍ୟଜଣେ ନନ-ମଡିକାଲ ଷ୍ଟାପ ବୋଲି କହୁଯାଉଛି । ତେବେ ସମସ୍ତଙ୍କୁ ଚିକିତ୍ସା କରାଯାଉଛି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରିବାରେ ଲାଗିଛି ।

ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା କଥା ହେଲା ଉକ୍ତ 3 ଜଣ ମେଡିକାଲରେ ସଂକ୍ରମିତ ହୋଇନାହାଁନ୍ତି । ତାଛଡା ମାକ୍ସ ମେଡିକାଲରେ କିଛିଦିନ ପୂର୍ବେ ଜଣେ ହୃଦରୋଗୀ ଭର୍ତ୍ତି ହୋଇଥିଲେ । ପରେ ତାଙ୍କର କୋରୋନା ପଜିଟିଭ ଆସିଥିଲା । ହେଲେ ସେହି ରୋଗୀଙ୍କ ସମ୍ପର୍କରେ ଯେଉଁ ମେଡିକାଲ କର୍ମଚାରୀ ଆସିଥିଲେ ସେମାନଙ୍କୁ ତୁରନ୍ତ ଆଇସୋଲେସନରେ ରଖାଯାଇଥିଲା ।

ତାଛଡା ଏହି ମେଡିକାଲରେ କୋଭିଡ-19 ୱାର୍ଡରେ ବିଭିନ୍ନ ସିଫ୍ଟରେ 154 ଜଣ କର୍ମଚାରୀଙ୍କୁ ରଖାଯାଇଛି । ଏହି କର୍ମଚାରୀଙ୍କ ମଧ୍ୟରୁ କୌଣସି ବ୍ୟକ୍ତି କୋରୋନା ଭାଇରସ ସଂସ୍ପର୍ଷରେ ଆସିନାହାଁନ୍ତି । ତାଙ୍କ ପରିବାର ଏବଂ ପଡୋଶୀଙ୍କୁ ସଂକ୍ରମଣ ନହେଉଁ ସେଥିଲାଗି ସମସ୍ତ କର୍ମଚାରୀଙ୍କୁ ମେଡିକାଲ ପରିସରରେ ରଖାଯାଇଛି ।

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.