ମୁମ୍ବାଇ: ପୁଣି ଭୂମିକମ୍ପରେ ଥରିଲା ମହାରାଷ୍ଟ୍ର । ଶୁକ୍ରବାର ସକାଳ 7ଟା 6 ମିନିଟ୍ ସମୟରେ ମହାରାଷ୍ଟ୍ରର ନାଶିକ ଠାରୁ 100 କିଲୋମିଟର ପଶ୍ଚିମରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ।
ଏହି ଭୂମିକମ୍ପର ରିକ୍ଟର ସ୍କେଲ ତିବ୍ରତା 3.6 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି । ଗତ ଦୁଇ ସପ୍ତାହ ହେବ ମହାରାଷ୍ଟ୍ରରେ ବାରମ୍ବାର ମୃଦୁ ଭୂମିକମ୍ପ ଅନୁଭୂତ ହେଉଛି । ଗୁରୁବାର ମଧ୍ୟ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର 98 କିଲୋମିଟର ଉତ୍ତରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 3.5 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା ।
ସେହିପରି ସେପ୍ଟେମ୍ବର 5ରେ ମଧ୍ୟ ମୁମ୍ବାଇର 98 କିଲୋମିଟର ଉତ୍ତରରେ ଭୂମିକମ୍ପ ଅନୁଭୂତ ହେଉଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 2.7 ରେକର୍ଡ କରାଯାଇଥିଲା । ତେବେ ସେପ୍ଟେମ୍ବର 4 ତାରିଖରେ ମଧ୍ୟ ମୁମ୍ବାଇର 91 କିଲୋମିଟର ଉତ୍ତରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲ ତିବ୍ରତା 2.8 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା ।