ରାୟପୁର: ଛତିଶଗଡର କାଙ୍କେର ଜିଲ୍ଲାରେ ଆଇଡି ବିସ୍ଫୋରଣ କରିଛନ୍ତି ନକ୍ସଲ । ଏଥରେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ ଅଧ୍ୟକ୍ଷକ ଏଲ ଧ୍ରୁବ । କାଙ୍କେର ଜିଲ୍ଲାର ତୁମାପାଲ ଅଞ୍ଚଳରେ ନକ୍ସଲ ଏକ ପ୍ରାଇଭେଟ ଠିକାଦାର ଡିଜେଲ ଟ୍ୟାଙ୍କର ଉପରେ ଖଞ୍ଜିଥିଲେ ଆଇଇଡି।
ଏ ଘଟଣା ସମ୍ପର୍କରେ ଖବର ମିଳିବା ପରେ ଏସଏସବିର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ବିସ୍ଫୋରଣ ପରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବର୍ଷଣ ଆରମ୍ଭ ହୋଇଯାଇଛି।