ଶ୍ରୀନଗର: ଜମ୍ମୁ କାଶ୍ମୀରର କୁପୱାଡା ଏବଂ ବାରମୁଲା ଜିଲ୍ଲାର ନିୟନ୍ତ୍ରଣ ରେଖାରେ ଶନିବାର ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି । ବାରମୁଲା ଜିଲ୍ଲାର ଉରୀ ସେକ୍ଟରରେ ପାକ୍ ସେନା ପ୍ରବଳ ଗୁଳି ଏବଂ ମୋର୍ଟାର ମାଡ କରିଛି । ଏଥିରେ 3 ଜଣ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଶନିବାର ଉରୀ ସେକ୍ଟରର ନମ୍ବଲା ଗ୍ରାମରେ ପାକିସ୍ତାନର ଗୁଳିମାଡରେ ଜଣେ ମହିଳାଙ୍କ ସମେତ 3 ଜଣ ନାଗରିକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ସେପଟେ ଅନ୍ୟାନ୍ୟ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ।
ଅନ୍ୟପକ୍ଷରେ କୁପୱାଡା ଜିଲ୍ଲାର କେରନ ସେକ୍ଟରରେ ଥିବା ଭାରତୀୟ ଚେକପୋଷ୍ଟ ଗୁଡିକୁ ଟାର୍ଗେଟ କରି ପାକିସ୍ତାନୀ ସୈନ୍ୟ ଗୁଳି ଏବଂ ମୋର୍ଟାର ମାଡ କରିଛନ୍ତି । ତେବେ ଭାରତୀୟ ସେନା ଏହାର କଡା ଜବାବ ଦେଉଥିବା ଜଣାପଡିଛି ।
ସୌଜନ୍ୟ@IANS