ETV Bharat / bharat

ତେଲେଙ୍ଗାନା ପ୍ରତିଷ୍ଠା ଦିବସ: ଜାଣନ୍ତୁ ଏହି ରାଜ୍ୟ ବିଷୟରେ କିଛି ଖାସ କଥା....

ପ୍ରତ୍ୟେକ ବର୍ଷ 2 ଜୁନକୁ ତେଲେଙ୍ଗାନା ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଏ । ଜାଣନ୍ତୁ ଏହି ରାଜ୍ୟ ବିଷୟରେ କିଛି ଖାସ ତତ୍ୟ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 2, 2019, 3:24 PM IST

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ 2 ଜୁନକୁ ତେଲେଙ୍ଗାନା ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଏ । ତେଲେଙ୍ଗାନକୁ ଆନ୍ଧ୍ରପ୍ରଦେଶରୁ ଅଲଗା କରି ସ୍ବତନ୍ତ୍ର ରାଜ୍ୟ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଆଉ ପରେ 2 ଜୁନ 2014ରେ ଏହା ସମ୍ଭବ ହୋଇଥିଲା । ଏହା ଭାରତର ଏକ ମାତ୍ର ରାଜ୍ୟ ଯାହାର ଗଠନ କୌଣସି ଭାଷାକୁ ଆଧାର କରି ହୋଇନାହିଁ ବରଂ ଭୌଗୋଳିକ ସ୍ଥିତିକୁ ଆଧାର କରି କରାଯାଇଛି ।

ଜାଣନ୍ତୁ ଏହି ରାଜ୍ୟ ବିଷୟରେ କିଛି ଖାସ ତଥ୍ୟ....

  • ତେଲେଙ୍ଗାନ ଦୁଇଟି ଗୁରୁତ୍ତ୍ବପୂର୍ଣ୍ଣ କୃଷ୍ଣ ଓ ଗୋଦାବରୀ ନଦୀ ମଧ୍ୟରେ ଉପସ୍ଥିତ ।
  • ତେଲେଙ୍ଗାନାର ସୀମା ଦକ୍ଷିଣ-ପୂର୍ବରୁ ଆନ୍ଧପ୍ରଦେଶ, ଉତ୍ତର-ପଶ୍ଚିମରୁ ମହାରାଷ୍ଟ୍ର, ପଶ୍ଚିମରୁ କର୍ଣ୍ଣାଟକ ଓ ଛତିଶଗଡ, ଓ ଉତ୍ତର-ପୂର୍ବରୁ ଓଡିଶା ସୀମାକୁ ଲାଗିଛି ।
  • ପାଖାପାଖି 35.29 କୋଟି ଜନସଂଖ୍ୟା ବିଶିଷ୍ଟ ତେଲେଙ୍ଗାନା ଭାରତର 12 ତମ ବଡ ରାଜ୍ୟ ଅଟେ ।
  • ବିଧାନସଭାରେ 119 ସିଟ ଥିବାବେଳେ ବିଧାନ ପରିଷଦରେ 40ଟି ସିଟ ରହିଛି ।
  • ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେ ଚନ୍ଦ୍ରଶେଖର ରାଓ ।
  • ପ୍ରଥମ ରାଜ୍ୟପାଳ ହେଉଛନ୍ତି ଏକ୍କାଡୁ ଶ୍ରୀନିବାସନ ଲକ୍ଷ୍ମୀ ନରସିଂହ୍ମା ।
  • ରାଜଧାନୀ: ହାଇଦ୍ରାବାଦ ( 10 ବର୍ଷ ପର୍ଯ୍ୟନ୍ତ ହାଇଦ୍ରାବାଦ ଉଭୟ ରାଜ୍ୟର ରାଜଧାନୀ ହୋଇ ରହିବ )
  • ତେଲେଙ୍ଗାନାର ପ୍ରମୁଖ ସହର: ୱାରଙ୍ଗଲ, ନିଜାମବାଦ ଓ କରୀମ ନଗର ।
  • ଧର୍ମ: ହିନ୍ଦୁ 85 ପ୍ରତିଶତ, ମୁସଲିମ 12.4 ପ୍ରତିଶତ, ଇସାଇ 1.2 ପ୍ରତିଶତର ଲୋକ ଏଠାରେ ବସବାସ କରୁଛନ୍ତି ।
  • ତେଲେଙ୍ଗାନର ପ୍ରମୁଖ ଭାଷା ହେଉଛି ତେଲୁଗୁ । ଏହି ଭାଷା 66 ପ୍ରତିଶତ ଲୋକ କହୁଥିବା ବେଳେ ଉର୍ଦ୍ଦୁ 12 ପ୍ରତିଶତ ଓ ଅନ୍ୟାନ୍ୟ ଭାଷା 12 ପ୍ରତିଶତ ଲୋକ କହୁଛନ୍ତି ।

Intro:Body:

fgdg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.