ନୂଆଦିଲ୍ଲୀ: ସବୁ ଆଡେ ବ୍ୟାପିବାରେ ଲାଗିଛି ମହାମାରୀ କୋରୋନା । ବର୍ତ୍ତମାନ ନୋଏଡାର ଏକ ଘରୋଇ ନ୍ୟୁଜ ଚ୍ୟାନେଲରେ 28 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ସୋମବାର ନୋଏଡାରୁ ମୋଟ 31 ଜଣ କୋରୋନା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ 28 ଜଣ ଘରୋଇ ନ୍ୟୁଜ ଚ୍ୟାନେଲର ବୋଲି ଜଣାପଡିଛି ।
ଘଟଣା ଜାଣିବା ପରେ ସମ୍ପୂର୍ଣ୍ଣ ବିଲ୍ଡିଂକୁ ସିଲ କରାଯାଇଛି । ଆକ୍ରାନ୍ତ ମାନଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି । ସେମାନଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି । ଏହାସହ ଗ୍ରେଟର ନୋଏଡାର ଏକ ମୋବାଇଲ କମ୍ପାନୀର ପ୍ରାୟ 11 ଜଣ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।