ETV Bharat / bharat

ଜମ୍ମୁ କାଶ୍ମୀରରେ ଖାଇକୁ ଖସିଲା ବସ, 35 ମୃତ

ଖାଇକୁ ବସ ଖସି 35 ଜଣ ଯାତ୍ରୀ ମୃତ୍ୟୁ । ଏହି ଦୁର୍ଘଟଣାଟି ଜମ୍ମୁ କାଶ୍ମୀର କିସ୍ତୱାର ଜିଲ୍ଲାରେ ଘଟିଛି ।

author img

By

Published : Jul 1, 2019, 11:01 AM IST

Updated : Jul 1, 2019, 1:05 PM IST

ଡିଜାଇନ ଫଟୋ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଖାଇକୁ ବସ ଖସି 35 ଜଣ ଯାତ୍ରୀଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାଟି ଜମ୍ମୁ କାଶ୍ମୀର କିସ୍ତୱାର ଜିଲ୍ଲାରେ ଘଟିଛି । ଏଥିରେ 20ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁୟାୟୀ, ଦୁର୍ଘଟଣାଟି ସୋମବାର ସକାଳ ସମୟରେ ଘଟିଛି । ଜମ୍ମୁ କାଶ୍ମୀର କିସ୍ତୱାର ଜିଲ୍ଲାରୁ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଏକ ମିନିବସ ଯାତ୍ରା କରୁଥିଲା । ହେଲେ ଅଧାରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ଖାଇ ମଧ୍ୟକୁ ଖସିପଡିଥିଲା ।

ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣା ବିଷୟରେ ଖବର ପାଇ କିସୱାର ଡେପୁଟି କମିଶନର ଅଙ୍ଗ୍ରେଜ ସିଂ ରାଣା ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ।

Intro:Body:

blank

Conclusion:
Last Updated : Jul 1, 2019, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.