ରାୟପୁର: ଛତିଶଗଡ ପୋଲିସକୁ ମିଳିଛି ବଡ ସଫଳତା । ବସ୍ତର ଅଞ୍ଚଳର ଦାନ୍ତେଓ୍ବାଡାରେ ଆତ୍ମସମର୍ପଣ କରିଛନ୍ତି 25 ଜଣ ମାଓବାଦୀ । ଗୁରୁବାର କୁଆକୋଣ୍ଡା ଥାନାରେ ଏହି ମାଓବାଦୀମାନେ ଏସପି ଅଭିଷକ ପଲ୍ଲବ ଓ ଜିଲ୍ଲାପାଳ ଦୀପକ ସୋନିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ 3 ଜଣଙ୍କ ମୁଣ୍ଡ ଉପରେ 1 ଲକ୍ଷ ଟଙ୍କାର ପୁରଷ୍କାର ରଖାଯାଇଥିଲା । ଏମାନେ ମେଲାଓ୍ବାଡା ବିସ୍ଫୋରଣରେ ସାମିଲ ଥିବା ଜଣାପଡିଛି । ମେଲାଓ୍ବାଡା ବିସ୍ଫୋରଣ ଘଟଣାରେ 7 ଜଣ ଯବାନ ଶହୀଦ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ