ନୂଆଦିଲ୍ଲୀ: କୋରୋନା କାୟାରେ ସାରା ବିଶ୍ବ। ଏହି ଭାଇରସ ସମଗ୍ର ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚୁଛି। ଏବେ ସୁଦ୍ଧା କୋଭିଡ୍ 19 ସଂକ୍ରମଣରେ ବିଦେଶରେ ସମୁଦାୟ 25 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏହାସହ 3,336 ଜଣ ଭାରତୀୟ ସଂକ୍ରମିତ ହୋଇଥିବା ସୂତ୍ରରୁ ପ୍ରକାଶ।
କୋରୋନା ଭାଇରସ୍ ସଂକ୍ରମିତ 3,336 ଭାରତୀୟ ନାଗରିକଙ୍କ ମଧ୍ୟରେ କୁଏତରେ 785 ଜଣ, ସିଙ୍ଗାପୁରରେ 634, କତାରରେ 420, ଇରାନରେ 308, ଓମାନରେ 297, ୟୁଏଇରେ 238, ସାଉଦି ଆରବରେ 186, ବହାରେନରେ 135, ଇଟାଲୀରେ 91, ମାଲେସିଆରେ 37, ପର୍ତ୍ତୁଗାଲରେ 36, ଘାନାରେ 29, ଆମେରିକାରେ 24, ସ୍ୱିଜରଲ୍ୟାଣ୍ଡରେ 15 ଏବଂ ଫ୍ରାନ୍ସରେ 13 ଜଣ ରହିଛନ୍ତି।
48 ଟି ଦେଶରୁ 35 ହଜାର ବିଦେଶୀ ନାଗରିକଙ୍କୁ ଭାରତରୁ ସ୍ଥାନାନ୍ତର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଦେଶରୁ କୌଣସି ଭାରତୀୟଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇ ନାହିଁ।
ବିଦେଶରେ ଫସି ରହିଥିବା କିଛି ଭାରତୀୟଙ୍କ କହିବା ଅନୁସାରେ, ସେମାନେ ଯେଉଁଠି ଅଛନ୍ତି ସେହି ସ୍ଥାନରେ ରହିବାକୁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିବା ବେଳେ ଭାରତୀୟ ଦୂତାବାସଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସମର୍ଥନ,ସାହାଯ୍ୟ ଓ ଗାଇଡାନ୍ସ ନେବାକୁ କୁହାଯାଇଛି।
ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଭାରତ 55 ଟି ଦେଶକୁ HCQପରି ଜୀବନ ରକ୍ଷାକାରୀ ଔଷଧ ଯୋଗାଇବା ପାଇଁ ଅନୁରୋଧକୁ ରକ୍ଷା କରିଛି। ସେଥିମଧ୍ୟରୁ 21 ଟି ବ୍ୟବସାୟିକ ବ୍ୟବସ୍ଥା ମାଧ୍ୟମରେ ଯୋଗାଇ ଦିଆଯାଉଥିବାବେଳେ ଅନ୍ୟ କେତେକଙ୍କୁ ଅଳ୍ପ ପରିମାଣରେ ଅନୁଦାନ ପ୍ରଦାନ କରାଯାଇଛି।