ETV Bharat / bharat

ଜୋ ବାଇଡେନଙ୍କ ଟିମ୍‌ରେ 25 ପ୍ରବାସୀ ଭାରତୀୟଙ୍କୁ ଗୁରୁଦାୟିତ୍ବ - ବାଇଡେନଙ୍କ ଦଳରେ 25 ଭାରତୀୟ-ଆମେରିକୀୟ

ଆମେରିକାର 46ତମ ରାଷ୍ଟ୍ରପତି ଜୋ ବାଇଡେନ ନିଜ ଶାସନ କାଳରେ ବିଭିନ୍ନ ପ୍ରମୁଖ ବିଭାଗରେ 25 ଜଣ ପ୍ରବାସୀ ଭାରତୀୟଙ୍କୁ ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ...

25 Indian Americans in Joe Biden team
ଜୋ ବାଇଡେନଙ୍କ ଦଳରେ 25 ଭାରତୀୟ-ଆମେରିକୀୟ
author img

By

Published : Dec 27, 2020, 6:51 AM IST

ହାଇଦ୍ରାବାଦ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନିର୍ବାଚନ ହରାଇ ଜୋ ବାଇଡେନ ଆମେରିକାର 46ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବିକାଶଶୀଳ ଦେଶକୁ ଶାସନ କରିବା ପାଇଁ ବାଇଡ଼େନ ତାଙ୍କ ସରକାରୀ ଢାଞ୍ଚାକୁ ସୁଦୃଢ କରିବାରେ ଲାଗିଛନ୍ତି । ଏହି ଦଳରେ ସେ 25 ଜଣ ଭାରତୀୟ-ଆମେରିକୀୟଙ୍କୁ ସାମିଲ କରିଛନ୍ତି । ଅତି କମ୍‌ରେ 15ଟି ପ୍ରମୁଖ ନୀତିର ପଦବୀରେ ଭାରତୀୟ ସ୍ଥାନ ପାଇଛନ୍ତି । ଏଥିଲାଗି ସେ ଅନେକ ପ୍ରତିଭାଶାଳୀ, ଅଭିଜ୍ଞ ମୂଳ ଭାରତୀୟ ଆମେରିକୀୟମାନଙ୍କୁ ଦଳରେ ତାଲିକାଭୁକ୍ତ କରିଛନ୍ତି । ଏହି ଭାରତୀୟମାନେ ତାଙ୍କୁ ବିଭିନ୍ନ ବୃହତ ଚ୍ୟାଲେଞ୍ଜରେ ସାହାଯ୍ୟ କରିବେ ।

ବାଇଡେନଙ୍କ ତାଲିକାରେ ସ୍ଥାନ ପାଇଥିବା ଏହି ମୂଳ ଭାରତୀୟ-ଆମେରିକୀୟମାନେ ପୂର୍ବରୁ ସାମାଜିକ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ତେବେ ସେମାନେ ହେଉଛନ୍ତି ନିରା ଟାଣ୍ଡେନ୍, ବିବେକ ମୁର୍ଥୀ, ରୋହିଣୀ କୋସୋଗ୍ଲୁ, ଅଲି ଜୈଦି, ଭାରତ ରାମମୂର୍ଥୀ, ବେଦାନ୍ତ ପଟେଲ, ବିନୟ ରେଡ୍ଡୀ ଓ ଗୌତମ ରାଘବନ ଆଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ଚୟନ କରିଛନ୍ତି ରାଷ୍ଟ୍ରପତି ବାଇଡେନ । ତେବେ ଏହି ବ୍ୟକ୍ତିଙ୍କ ସମ୍ପର୍କରେ ଆସନ୍ତୁ ଅଧିକ ଜାଣିବା:-

1. ନିରା ଟାଣ୍ଡେନ୍:- ପ୍ରଶାସନର ବଜେଟ୍ ପରିଚାଳନା କରିବାରେ 50 ବର୍ଷୀୟ ମହିଳା ଭାବେ ନିରା ଦାୟିତ୍ବ ଗ୍ରହଣ କରିବେ । କିନ୍ତୁ ରିପବ୍ଲିକାନ୍ ନିୟନ୍ତ୍ରିତ ସିନେଟ୍ ଦ୍ବାରା ନିଶ୍ଚିତ ହେବା ପାଇଁ ତାଙ୍କ ନିଯୁକ୍ତି ସଂଘର୍ଷ ହୋଇପାରେ ବୋଲି ନିର୍ବାଚନ ବିଶେଷଜ୍ଞମାନେ କହିଛନ୍ତି।

2. ବିବେକ ମୁର୍ଥୀ:- ବାଇଡେନଙ୍କ କୋଭିଡ ପରିଚାଳନା ଦଳରେ ବିବେକ ମୁର୍ଥୀ ସ୍ଥାନ ପାଇଛନ୍ତି । ତେବେ ସେ କର୍ଣ୍ଣାଟକର ଅଧିବାସୀ ଅଟନ୍ତି ।

3. ରୋହିଣୀ କୋସୋଗ୍ଲୁ:- ରୋହିଣୀ ଉପରାଷ୍ଟ୍ରପତି କମଳା ହାରିସଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ନିୟୋଜିତ ହୋଇଛନ୍ତି ।

4. ଅଲି ଜୈଦି:- ଡେପୁଟି ଜାତୀୟ ଜଳବାୟୁ ପରାମର୍ଶଦାତା ଭାବେ ଅଲି ଜୈଦି ନିଯୁକ୍ତି ପାଇଛନ୍ତି ।

5. ଭାରତ ରାମମୂର୍ଥୀ:- ଆର୍ଥିକ ସଂସ୍କାର ଏବଂ ଉପଭୋକ୍ତା ପାଇଁ ଜାତୀୟ ଅର୍ଥନୈତିକ ପରିଷଦ (NEC)ର ଡେପୁଟି ଡାଇରେକ୍ଟର ଭାବେ ଭାରତ ନିଯୁକ୍ତି ପାଇଛନ୍ତି ।

6. ବେଦାନ୍ତ ପଟେଲ:- ବାଇଡେନ ଉଦଘାଟନୀ କମିଟିରେ ବେଦାନ୍ତ ଜଣେ ବରିଷ୍ଠ ମୁଖପାତ୍ର ରହିଥିଲେ । ସହକାରୀ ପ୍ରେସ ସେକ୍ରେଟାରୀ ଭାବେ ତାଙ୍କୁ ନିଯୁକ୍ତି ମିଳିଛି ।

7. ବିନୟ ରେଡ୍ଡୀ:- ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଭାବେ ସେ ବିନୟ ରେଡ୍ଡୀ ନିଯୁକ୍ତି ପାଇଛନ୍ତି ।

8. ଗୌତମ ରାଘବନ:- ଗୌତମ ରାଘବନ୍ ବର୍ତ୍ତମାନ ବାଇଡେନ- ହାରିସ ଶାସନରେ ରାଷ୍ଟ୍ରପତି ନିଯୁକ୍ତିର ଡେପୁଟି ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।

9. ଅରୁଣ ମଜୁମଦାର:- ଷ୍ଟାଣ୍ଡଫୋର୍ଡରେ ବିଶ୍ବବିଦ୍ୟାଳୟରେ ଶକ୍ତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।

10.ସୀମା ନନ୍ଦ:- ରାଷ୍ଟ୍ରପତି ଜୋ ବାଇଡେନଙ୍କ ଏଜେନ୍ସିର ସମୀକ୍ଷା ଦଳର ଜଣେ ସଦସ୍ୟ ଭାବେ ସେ ନିଯୁକ୍ତି ପାଇଛନ୍ତି ।

ସେହିପରି ପଭନିତ ସିଂ, ସୀମା ନନ୍ଦ, ଡକ୍ଟର ରାହୁଲ ଗୁପ୍ତା, ଡ଼ଃ ସେଲିନ ଗାଉଣ୍ଡର, କିରନ ଆହୁଜା, ଡ଼ଃ ଭବ୍ୟା ଲାଲ, ମାଲା ଅଦିଗା ପ୍ରମୁଖଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ ନିଜ ଦଳରେ ସାମିଲ କରିଛନ୍ତି । ଅନ୍ୟପଟେ ଅରୁନ ଭେଙ୍କଟରମଣ ବାଣିଜ୍ୟ ବିଭାଗ ଏବଂ ଆମେରିକାର ବାଣିଜ୍ୟ ପ୍ରତିନିଧୀ କାର୍ଯ୍ୟାଳୟରେ ନିୟୋଜିତ ହୋଇଥିବା ବେଳେ ଅଟମାନ ତ୍ରିଭେଦୀ ହିଲ୍ସ ଆଣ୍ଡ କମ୍ପାନୀରେ ପରିଚାଳନା ନିର୍ଦ୍ଦେଶକ, ସିତଲ ଶାହ ଆମେରିକାନ ଫେଡେରେସନ ଅଫ ଟିଚର୍ସ(AFT)ର ପରିଚାଳକ ଭାବେ ଯୋଗ ଦେଇଛନ୍ତି ।

ଅନ୍ୟପଟେ ଆର ରମେଶ ଶକ୍ତି ବିଭାଗ ଦଳରେ ପ୍ରଫେସର, ରାମା ଜାକାରିଆ ଶକ୍ତି ବିଭାଗରେ ଜଣେ ବରିଷ୍ଠ ପରିଚାଳକ, ଶୁଭଶ୍ରୀ ରାମାନାଥାନ ହୋମଲ୍ୟାଣ୍ଡ ସିକ୍ୟୁରଟି ବିଭାଗର ଜଣେ ଓକିଲ, ରାଜ୍‌ ଦେ ନ୍ୟାୟ ବିଭାଗ ପାଇଁ ସାଇବର ନିରାପତ୍ତା ଏବଂ ତଥ୍ୟ ବିଶେଷଜ୍ଞ, ରାଜ୍‌ ନାୟକ Viacom 18ର ସିଓଓ ଭାବେ ଯୋଗ ଦେଇଥିବା ବେଳେ ରୀନା ଅଗ୍ରୱାଲ, ସତ୍ୟମ ଖନ୍ନା, ଦିଲପ୍ରିତ ସିଧୁ, ଦିବ୍ୟା କୁମାରେହ, କୁମାର ଚନ୍ଦ୍ରନ, ଅନିଶା ପୌଲ ଚୋପ୍ରା ପ୍ରମୁଖ ସ୍ବେଚ୍ଛାସେବୀ ଭାବେ ଆମେରିକାର ବିଭିନ୍ନ ବିଭାଗରେ ନିୟୋଜିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.