ETV Bharat / bharat

ଦିଲ୍ଲୀରୁ ଫେରି କ୍ବାରେଣ୍ଟାଇନରେ ଉତ୍ତରାଖଣ୍ଡର 245 କୋରୋନା ସନ୍ଦିଗ୍ଘ - କୋରୋନା ଅପଡେଟ

ତବଲିଗୀ ଜମାତରେ ଯୋଗ ଦେଇ ଫେରିଥିବା 245 ସନ୍ଦିଗ୍ଧଙ୍କ ଖୋଜି ବାହାର କରିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ କ୍ବାରେଣ୍ଟାଇନ ସେଣ୍ଟର ପଠାଯାଇଛି । ଅଧିକ ପଢନ୍ତୁ...

245 persons in Uttarakhand related to Tablighi Jamat kept under quarantine
ଦିଲ୍ଲୀରୁ ଫେରି କ୍ବାରେଣ୍ଟାଇନରେ ଉତ୍ତରାଖଣ୍ଡର 245 କୋରୋନା ସନ୍ଦିଗ୍ଘ
author img

By

Published : Apr 2, 2020, 10:12 PM IST

ଡେରାଡୁନ: ସମସ୍ତ ରାଜ୍ୟରେ ଚିନ୍ତା ବଢାଇଛି ଦିଲ୍ଲୀ ନିଜାମୁଦ୍ଦିନ ମର୍କାଜ ସମାବେଶ । ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ପରେ ଏବେ ଉତ୍ତରାଖଣ୍ଡରେ ଦେଖାଦେଇଛି ସଙ୍କଟ । ଏହି ସମାବେଶରେ ସାମିଲ ହୋଇଥିବା 245 ଜଣ ସନ୍ଦିଗ୍ଧଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ପଠାଇଛନ୍ତି ରାଜ୍ୟ ସରକାର ।

ତବଲିଗୀ ଜମାତରେ ଯୋଗ ଦେଇ ଏମାନେ ସମସ୍ତ ଫେରିଥିବା ଜଣାପଡିଛି । ସମସ୍ତଙ୍କୁ ଖୋଜି ବାହାର କରାଯିବା ପରେ ଚିକିତ୍ସା ପାଇଁ କ୍ବାରେଣ୍ଟାଇନ ସେଣ୍ଟର ପଠାଯାଇ ସେମାନଙ୍କ ନମୁନାର ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ କହିଛି ।

ଏବେ ସୁଦ୍ଧା ରାଜ୍ୟରେ କୋରୋନା ସଂକ୍ରମିତ ପଜିଟିଭ ମାମଲା 7ରେ ସ୍ଥିର ରହିଛି । ଗତ କିଛି ଦିନ ହେବ କୌଣସି ଆକ୍ରାନ୍ତଙ୍କ ରିପୋର୍ଟ ଆସିନାହିଁ । ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.