ନୂଆଦିଲ୍ଲୀ: ଭାରତରେ ନିୟନ୍ତ୍ରଣକୁ ଆସୁଛି କୋରୋନା ସଂକ୍ରମଣ । ଧିରେ ଧିରେ ସୁଧୁରୁଛି ସ୍ଥିତି । ଅତ୍ୟଧିକ ଜନ ସଂଖ୍ୟା ସତ୍ତ୍ବେ ସଠିକ ସମୟରେ ଟେଷ୍ଟ, ସତର୍କତା ଓ ସଚେତନତା ହେତୁ କମୁଛି ସଂକ୍ରମଣ ।
କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 24 ହଜାର 337ଟି କୋରୋନା ପଜିଟିଭ ରିପୋର୍ଟ ହୋଇଥିବା ବେଳେ 333 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସଦ୍ୟତମ ରିପୋର୍ଟକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 1 କୋଟି 55 ହଜାର 560ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 45 ହଜାର 810ରେ ପହଞ୍ଚିଛି ।
ଅନ୍ୟପଟେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 96 ଲକ୍ଷ 6 ହଜାର 111 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, ବର୍ତ୍ତମାନ 3 ଲକ୍ଷ 3 ହଜାର 639 ଜଣ ଚିକିତ୍ସାଧୀନ ଅଛନ୍ତି ।
@ANI