ETV Bharat / bharat

ସମାଜସେବୀଙ୍କ ସହାୟତାରେ ଜାମ୍ମୁ ଓ କାଶ୍ମୀରରୁ ଦିଲ୍ଲୀ ପହଞ୍ଚିଲେ 22 ପ୍ରବାସୀ - ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର

ଲକଡାଉନ କାରଣରୁ ଜମ୍ମୁ-କଶ୍ମୀରରେ ଫସି ରହିଥିବା 22 ଜଣ ପ୍ରବାସୀ ଶ୍ରମିକ ଶୁକ୍ରବାର ଦିନ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ତେବେ ପ୍ରବାସୀଙ୍କୁ ଦିଲ୍ଲୀ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ ସମାଜସେବୀ ଯୋଗୀତା ଭାୟାନ । ଅଧିକ ପଢନ୍ତୁ...

ଜାମ୍ମୁ ଓ କାଶ୍ମୀରରୁ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ 22 ପ୍ରବାସୀ ଶ୍ରମିକ

author img

By

Published : Jun 14, 2020, 4:15 AM IST

ନୂଆଦିଲ୍ଲୀ: ଲକଡାଉନ କାରଣରୁ ଜମ୍ମୁ-କଶ୍ମୀରରେ ଫସି ରହିଥିବା 22 ଜଣ ପ୍ରବାସୀ ଶ୍ରମିକ ଶୁକ୍ରବାର ଦିନ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ତେବେ ପ୍ରଥମ ଥର ବିମାନରେ ଯାତ୍ରା କରି ନିଜ ନିଜ ରାଜ୍ୟକୁ ଫେରୁଛନ୍ତି ବୋଲି ବହୁତ ଖୁସି ମନେ ହେଉଥିଲେ ଏହି ଶ୍ରମିକ । ଗତ ଦୁଇ ତିନି ଦିନ ମଧ୍ୟରେ 85 ଜଣ ପ୍ରବାସୀ ଭାରତୀୟଙ୍କୁ ଦିଲ୍ଲୀ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ ସମାଜସେବୀ ଯୋଗୀତା ଭାୟାନ ।

କ୍ରମାଗତ ଭାବରେ ପ୍ରବାସୀ ଶ୍ରମିକଙ୍କ ପାଇଁ କାର୍ଯ୍ୟ କରି ଆସୁଥିବା ଏହି ସମାଜସେବୀ କହିଛନ୍ତି ଯେ, ‘‘ଯେତେବେଳେ ଜାଣିଲୁ ଯେ ଲକଡାଉନରେ ଫସିରହିଥିବା ଶ୍ରମିକ ସେଠାରେ ଖାଦ୍ୟ ମଧ୍ୟ ପାଇପାରୁ ନାହାଁନ୍ତି, ସେତେବେଳେ ଆମେ ଏଭଳି ପଦକ୍ଷେପ ନେବାକୁ ସ୍ଥିର କଲୁ ।’’ ତେବେ କୋରୋନାକୁ ନେଇ କାଶ୍ମୀରର ଅବସ୍ଥା ଅତ୍ୟନ୍ତ ଖରାପ ଅଟେ । ସେଠାରେ ଶ୍ରମିକମାନେ ଏଭଳି କୋରୋନା ଯୁଦ୍ଧ ସମୟରେ ଖାଇବାକୁ ନ ପାଇ କିଭଳି ସଂଗ୍ରାମ କରୁଥିଲେ ଏବଂ କିଭଳି ଯେଗୀତା ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ, ସେନେଇ ଜଣେ ଶ୍ରମିକ ନିଜ ଦୁଃଖଭରା କାହାଣୀ ବର୍ଣ୍ଣନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.