ETV Bharat / bharat

2020 ବିହାର ନିର୍ବାଚନ: ନୀତିଶଙ୍କ ପାଇଁ ବହୁବିଧ ଆହ୍ବାନ

ଲଗାତାର ଚତୁର୍ଥ ଥର ପାଇଁ ରାଜ୍ୟ ସରକାରଙ୍କ ନେତୃତ୍ବ ନେବାକୁ ଉଦ୍ୟମରତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଗରେ ବହୁବିଧ ସମସ୍ୟା ଓ ଆହ୍ବାନ ରହିଥିବା ଭଳି ମନେ ହେଉଛି । ଅଧିକ ପଢନ୍ତୁ...

2020 ବିହାର ନିର୍ବାଚନ: ନୀତିଶଙ୍କ ପାଇଁ ବହୁବିଧ ଆହ୍ବାନ
2020 ବିହାର ନିର୍ବାଚନ: ନୀତିଶଙ୍କ ପାଇଁ ବହୁବିଧ ଆହ୍ବାନ
author img

By

Published : Oct 16, 2020, 9:37 PM IST

2020ର ଗୁରୁତ୍ବପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ନିମନ୍ତେ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ଲଗାତର ଚତୁର୍ଥ ଥର ପାଇଁ ରାଜ୍ୟ ସରକାରଙ୍କ ନେତୃତ୍ବ ନେବାକୁ ଉଦ୍ୟମରତ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଗରେ ବହୁବିଧ ସମସ୍ୟା ଓ ଆହ୍ବାନ ରହିଥିବା ଭଳି ମନେ ହେଉଛି । ଆର୍‌ଜେଡି, କଂଗ୍ରେସ, ସିପିଆଇ (ଏମ୍‌ଏଲ),ସିପିଆଇ (ଏମ) ଏବଂ ସିପିଆଇର ମିଳିତ ବିରୋଧୀ ମେଣ୍ଟ ତୁଳନାରେ ତାଙ୍କର ପୂର୍ବତନ ଏନ୍‌ଡିଏ ଅଂଶୀଦାର ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ହିଁ କୁମାରଙ୍କ ଜେଡି(ୟୁ) ପାଇଁ ଅଧିକ ସଂକଟ ସୃଷ୍ଟି କରିଛି ।

ଯଦିଓ ଉଭୟ ଜେଡିୟୁ ଏବଂ ଏଲ୍‌ଜେପି, ବିଜେପି ସହ ସେମାନଙ୍କର ମେଣ୍ଟ ବଜାୟ ରଖିଛନ୍ତି, ତଥାପି, ବର୍ତ୍ତମାନର ଏଲ୍‌ଜେପି ସୁପ୍ରିମୋ ଚିରାଗ ପାଶୱାନ ଏହା ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ଦଳ ବିଜେପି ବିରୋଧରେ ନୁହେଁ, କେବଳ ଜେଡିୟୁ ବିରୋଧରେ ପ୍ରାର୍ଥୀ ଠିଆ କରାଇବ । ପାରମ୍ପରିକ ଭାବେ ଜାତିଭିତ୍ତିକ ରାଜନୀତିର ଆଧିପତ୍ୟ ରହିଥିବା ବିହାରରେ ଦଳିତମାନଙ୍କ ଭୋଟ ହାସଲ କରିବା ସକାଶେ ନୀତିଶ କୁମାର ଏକ ପୃଥକ୍‌ ‘ମହାଦଳିତ’ କ୍ଷେତ୍ର ଗଠନ କରିଛନ୍ତି । ହେଲେ ଏଲ୍‌ଜେପିର ପ୍ରତିଷ୍ଠାତା ତଥା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶୱାନଙ୍କ ଆକସ୍ମିକ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶକ୍ତ ଆଘାତ ସଦୃଶ ହୋଇଛି । ଅସବର୍ଣ୍ଣ ଜାତିର ପାଶୱାନଙ୍କ ବିୟୋଗ ପରେ ତଜ୍ଜନିତ ଅନୁକମ୍ପା ଲହରି ଜେଡିୟୁର ଦଳିତ ସମର୍ଥକମାନଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିବ ଏବଂ ଏହି ହାୱା ଏଲ୍‌ଜେପି ସପକ୍ଷରେ ଯିବ ବୋଲି ଆକଳନ କରାଯାଉଛି । ଏହି ବିଭାଜନ ଯୋଗୁଁ ହୁଏତ ଏଲ୍‌ଜେପି କିମ୍ବା ମିଳିତ ବିରୋଧୀ ମେଣ୍ଟ ଫାଇଦାରେ ରହିବ । ଜେଡିୟୁ ଏବଂ ଏଲ୍‌ଜେପିର ସମର୍ଥନକାରୀ ଦଳିତମାନଙ୍କ ମଧ୍ୟରେ ବିଭାଜନ ହେଲେ ଏହାର ଫାଇଦା ବିରୋଧୀ ମିଳିତ ମେଣ୍ଟକୁ ମିଳିବ ବୋଲି ସେମାନେ ମଧ୍ୟ ଆଶା କରୁଛନ୍ତି ।

କୁମାରଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିବା ଦ୍ବିତୀୟ କାରଣଟି ହେଉଛି ଯେ, ତାଙ୍କ ଦଳରେ ରାଜପୁତ ସଂପ୍ରଦାୟର କୌଣସି ବିଶ୍ବସନୀୟ ଚେହେରା ନାହିଁ । ବାସ୍ତବରେ ବିଜେପି ପାଇଁ ମଧ୍ୟ ବିହାରରେ ଏହି ସମାନ ସମସ୍ୟା ବିଦ୍ୟମାନ । କାରଣ, ବିହାରର 243ଟି ବିଧାନସଭା ଆସନରୁ 45ଟିରେ ରାଜପୁତ ଭୋଟ୍‌ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥାଏ । ଅନ୍ୟପକ୍ଷରେ, ଆରଜେଡି ପାଖରେ ଜଗଦାନନ୍ଦ ସିଂହଙ୍କ ଭଳି ଖୁବ୍‌ ଗ୍ରହଣଯୋଗ୍ୟ ରାଜପୁତ ନେତା ରହିଛନ୍ତି । ଯଦିଓ, ଆର୍‌ଜେଡିର ପୂର୍ବତନ ସର୍ବାଧିକ ଲୋକପ୍ରିୟ ରାଜପୁତ ନେତା ସ୍ବର୍ଗତ ରଘୁବଂଶ ପ୍ରସାଦ ସିଂହଙ୍କ ବଡ଼ପୁଅ ସତ୍ୟ ପ୍ରକାଶ ସିଂହ ନିକଟରେ ଜେଡିୟୁରେ ଯୋଗ ଦେଇଛନ୍ତି, ତାଥାପି ତାଙ୍କ ଭାବମୂର୍ତ୍ତି ବଳରେ ରାଜପୁତମାନଙ୍କ ଭୋଟ ହାସଲ କରିବାରେ ନୀତିଶ କୁମାର କେତେ ଦୂର ସମର୍ଥ ହେବେ ତାହା ଏତେ ଶୀଘ୍ର କହିହେବ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି, ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ରାଜ୍ୟର ଆର୍ଥିକ ସ୍ଥିତି, ଶିଳ୍ପ ସଂସ୍ଥାମାନଙ୍କର ଦୁର୍ଦ୍ଦଶା ଏବଂ ନିଯୁକ୍ତି ସୁଯୋଗର ଅଭାବ । ଯାହାକୁ କି ସବୁ ବିରୋଧୀ ଦଳ, ବିଶେଷତଃ ଆର୍‌ଜେଡି, ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛି । ଆର୍‌ଜେଡି ନେତା ଏବଂ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ପ୍ରସାଦ ଯାଦବ ତାଙ୍କର ସମସ୍ତ ନିର୍ବାଚନୀ ପ୍ରଚାରରେ, ସାରା ଦେଶରେ ବିହାରର ବେକାରି ହାର ହିଁ ସର୍ବାଧିକ 46.6% ରହିଥିବା କଥାକୁ ମୁଖ୍ୟ ପ୍ରସଙ୍ଗ ଭାବରେ ଉଠାଇଛନ୍ତି । ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ନ କରି ନୀତିଶ କୁମାର ଲୋକଙ୍କୁ ରାଜ୍ୟ ଛାଡ଼ି ବାହାରକୁ ଚାଲିଯିବା ଲାଗି ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ କରିବା ସହିତ ମିଳିତ ବିରୋଧୀ ମେଣ୍ଟ ଏଥର କ୍ଷମତାକୁ ଆସିଲେ 10 ଲକ୍ଷ ସରକାରୀ ଚାକିରି ଦେବ ବୋଲି ତେଜସ୍ବୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ବିହାର ସରକାରଙ୍କ ମଦ କାରବାର ବନ୍ଦ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠିଛି ଏବଂ ଏହା ଫଳରେ ସରକାର ଯେ କେବଳ ରାଜସ୍ବ ହରାଇ ବିଷମ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ତାହା ନୁହେଁ, ବରଂ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ର କାର୍ଯ୍ୟତଃ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ଏବଂ ବହୁସଂଖ୍ୟକ ହୋଟେଲ ବନ୍ଦ ହୋଇଯିବା କାରଣରୁ ହଜାର ହଜାର ଲୋକ ନିଯୁକ୍ତି ହରାଇଛନ୍ତି ବୋଲି କୁହାଯାଇଛି ।

ବାସ୍ତବରେ କୁମାର ନିଜେ ମଧ୍ୟ ଏ କଥାକୁ ହୃଦୟଙ୍ଗମ କଲେଣି ଯେ ଆସନ୍ତା ନିର୍ବାଚନରେ ବେକାର ସମସ୍ୟା ପ୍ରସଙ୍ଗ ହିଁ ତାଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ । ଯାହା କି ଅକ୍‌ଟୋବର 14ରେ ଭର୍ଚୁଆଲ୍‌ ମାଧ୍ୟମରେ 11ଟି ବିଧାସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ସମ୍ବୋଧନ କରିବା ଅବସରରେ ତାଙ୍କ ଉକ୍ତିରୁ ସହଜରେ ଅନୁମେୟ । ସେ କହିଥିଲେ ଯେ, ଦେଶରେ ଏମିତି କୌଣସି ରାଜ୍ୟ ନାହିଁ କି ପୃଥିବୀରେ ଏମିତି କୌଣସି ଦେଶ ନାହିଁ ଯେଉଁଠି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାକିରି ଦେଇହେବ ।

ଶେଷରେ, ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସିଙ୍କ ଅଲ୍‌ ଇଣ୍ଡିଆ ମଜ୍‌ଲିସ୍‌-ଏ-ଇତ୍ତେହାଦ-ଉଲ୍‌-ମୁସଲିମିନ୍‌ (ଏଆଇଏମ୍‌ଆଇଏମ୍‌) ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସହିତ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସ୍‌ପି), ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରସାଦଙ୍କର ସମାଜବାଦୀ ଜନତା ଦଳ (ଏସ୍‌ଜେଡି), ଡକ୍ଟର ସଞ୍ଜୟ ଚୌହାନଙ୍କ ଜନବାଦି ପାର୍ଟି (ସମାଜବାଦୀ) ଏବଂ ଓମ୍‌ ପ୍ରକାଶ ରାଜଭରଙ୍କ ସୁହେଲଦେଓ ଭାରତୀୟ ସମାଜ ପାର୍ଟି ମଧ୍ୟ ଜେଡିୟୁ ଶିବିରରେ ଆଶଙ୍କାର କାରଣ ସୃଷ୍ଟି କରିଛନ୍ତି । ଯଦି ଓୱେସି ଜେଡିୟୁର ମୁସଲମାନ ଭୋଟ ବ୍ୟାଙ୍କରେ ଫାଟ ସୃଷ୍ଟି କରିପାରନ୍ତି ଏବଂ ଖାସ୍‌ କରି ନୀତିଶ କୁମାର ନିଜେ କୁର୍ମି ସଂପ୍ରଦାୟରୁ ଆସିଥିବା ବେଳେ, ଯଦି ଆରଏଲ୍‌ଏସ୍‌ପି କୁଶୱାହା-କୋଏରି-କୁର୍ମି ସଂପ୍ରଦାୟର ଭୋଟ ବିଭାଜନ କରିପାରେ, ତେବେ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ସବୁ ଆକଳନ ପରିବର୍ତ୍ତିତ ହୋଇ ଜେଡିୟୁ ବିପକ୍ଷରେ ଯାଇପାରେ ।

ନୀତିଶ କୁମାରଙ୍କ ଆଗରେ ଏହି ସବୁ ପ୍ରମୁଖ ଆହ୍ବାନ ରହିଥିବା ସମୟରେ ବିରୋଧୀ ଦଳ ଆଗରେ ବି କେତେକ ଉତ୍କଟ ସଂକଟ ରହିଛି । ପ୍ରଥମ ସଂକଟ ହେଉଛି ଯେ ଉଭୟ ତେଜସ୍ବୀ ପ୍ରସାଦ ଯାଦବ ଏବଂ ଚିରାଗ ପାଶୱାନଙ୍କ ପାଖରେ ସରକାର ପରିଚାଳନା କରିବା ଅଭିଜ୍ଞତାର ଅଭାବ ରହିଛି । ଏବଂ ନିର୍ବାଚନ ପ୍ରଚାର ସମୟରେ ନୀତିଶ କୁମାର ଓ ତାଙ୍କ ଦଳ ଏହି କଥା ଉପରେ ଗୁରୁତ୍ବାରୋପ କରିବାକୁ ଉଦ୍ୟମ କରୁଛନ୍ତି ।

ବିରୋଧୀଙ୍କ ପାଇଁ ଦ୍ବିତୀୟ ନକାରାତ୍ମକ କାରଣ, ଯାହାକି ନୀତିଶଙ୍କ ସପକ୍ଷରେ ଯାଇପାରେ, ତାହା ହେଲା, ମିଳିତ ବିରୋଧୀ ମେଣ୍ଟ ଏବଂ ଏଲ୍‌ଜେପିର ଦୁଇ ଜଣ ଖୁବ୍‌ ଲୋକପ୍ରିୟ ନେତା ଏଥର ନିର୍ବାଚନରେ ନାହାନ୍ତି । 2017ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବର୍ତ୍ତମାନ 27. 5 ବର୍ଷର କାରାଦଣ୍ଡ ଭୋଗୁଥିବା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏଥର ନିର୍ବାଚନରେ ପ୍ରଚାର କରିବେ ନାହିଁ । ଏବଂ ରାମ ବିଳାସ ପାଶୱାନଙ୍କ ଅକସ୍ମାତ ବିୟୋଗ କାରଣରୁ ମଧ୍ୟ ନୀତିଶ କୁମାର ତାଙ୍କ ପ୍ରତିଦ୍ବନ୍ଦ୍ବୀମାନଙ୍କଠାରୁ ଅନ୍ତତଃ କେଇ ପାଦ ଆଗରେ ନିଶ୍ଚୟ ରହିବେ ।

ସୁମନ୍ତ ରାୟ ଚୌଧୁରୀ, କୋଲକାତା ବ୍ୟୁରୋ ମୁଖ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.