ETV Bharat / bharat

2019 ନିର୍ବାଚନ: ଭୋପାଳରେ ରାଜା-ସନ୍ନ୍ୟାସିନୀ ମୁକାବିଲା - monk

ମେ 12 ତାରିଖ ରବିବାର ହେବାକୁ ଯାଉଛି ଷଷ୍ଠ ପର୍ଯ୍ୟାୟ ମତଦାନ । ସେଦିନ ବହୁଚର୍ଚ୍ଚିତ ଭୋପାଳ ସଂସଦୀୟ କ୍ଷେତ୍ର ପାଇଁ ହେବ ଭୋଟଗ୍ରହଣ।

ଡିଜାଇନ ଫଟୋ
author img

By

Published : May 9, 2019, 3:33 PM IST

ଭୋପାଳ: ମେ 12 ତାରିଖ ରବିବାର ଅନୁଷ୍ଠିତ ହେବାକୁ ଯାଉଛି ଚଳିତ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ । ସେଦିନ 7ଟି ରାଜ୍ୟର 59ଟି ସଂସଦୀୟ କ୍ଷେତ୍ର ପାଇଁ ହେବ ଭୋଟଗ୍ରହଣ । ଯାହା ମଧ୍ୟରେ ଭୋପାଳ ଲୋକସଭା ଆସନ ଅନ୍ୟତମ । ନିର୍ବାଚନୀ ମୁଦ୍ଦା ନୁହେଁ ହିନ୍ଦୁତ୍ବ ପ୍ରସଙ୍ଗକୁ ନେଇ ଏଥର ଏହି ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିବି ହାଇଭୋଲଟେଜ ମୁକବିଲା ।

ହିନ୍ଦୁତ୍ବବାଦକୁ ନେଇ ଏବେ ସରଗରମ ରହିଛି ଏଠାକାର ରାଜନୀତି । ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀ ନିଜକୁ ହିନ୍ଦୁ ବୋଲି ପରିଚୟ ଦେବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ଜନତା ଜନାର୍ଦ୍ଦନ ଆଶୀର୍ବାଦ ପାଇବା ପାଇଁ କିଏ ପୂଜା ପାଠରେ ମାତି ଯାଇଛି ତ, କିଏ ରୋଡ ଶୋ କିମ୍ବା ଦଳୀୟ ପ୍ରଚାରକୁ ଜୋରଦାର କରିଛି ।

ଭାରତୀୟ ଜନମାନସକୁ ହିନ୍ଦୁ ଆତଙ୍କବାଦ ଭଳି ଶବ୍ଦ ସହ ପରିଚିତ କରାଇଥିବା ଏବଂ ନିଜର ବୟାନବାଜିକୁ ନେଇ ସବୁବେଳେ ବିବାଦ ଘେରରେ ରହୁଥିବା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କୁ ଭୋପାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ । ଦିଗି ରାଜା ନାମରେ ଜଣାଶୁଣା ସେ । ଗତବର୍ଷ ଅନୁଷ୍ଠିତ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ତାଙ୍କୁ ଦଳରେ ଏକ ପ୍ରକାର କୋଣାଠେସା ଅବସ୍ଥାରେ ରଖି ଦିଆଯାଇଥିଲା । ମାତ୍ର 2019 ଲୋକସଭା ନିର୍ବାଚନରେ ଦିଗବଜୟଙ୍କୁ ପ୍ରାର୍ଥୀ କରିଛି ଦଳ ।

ଅନ୍ୟପଟେ ଫାୟାରବ୍ରାଣ୍ଡ ସ୍ବାଧୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରାର୍ଥୀ କରିଛି ବିଜେପି । ଯିଏକି ମହାରାଷ୍ଟ୍ରର ମାଲେଗାଓଁରେ ହୋଇଥିବା ବୋମା ବିସ୍ଫୋରଣରେ ଜଡିତ ଥିବା ନେଇ ଅଭିଯୋଗ ଉଠିଥିଲା । ଏପରିକି ଏହି ଅପରାଧରେ ତାଙ୍କୁ ଜେଲରେ ମଧ୍ୟ ରହିବାକୁ ପଡିଥିଲା । ଶେଷରେ ସ୍ବାଧୀ ପ୍ରଜ୍ଞାଙ୍କୁ ଏ ମାମଲାରେ କ୍ଲିନଚିଟ ଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)।

ଏଥର ଭୋପାଳ ଲୋକସଭା ନିର୍ବାଚନରେ ରାଜା-ସନ୍ନ୍ୟାସିନୀଙ୍କ ମଧ୍ୟରେ ମୁକାବିଲା ହେଉଛି । ପୂର୍ବରୁ ଏପରି ମୁକାବିଲା ଦେଖିବାକୁ ମିଳିଥିଲା 2003 ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ । ସେତେବେଳର ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ନେତୃତ୍ବାଧିନ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରିଥିଲା ବିଜେପି । ତା ସହିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଗାଦି ହାତେଇଥିଲେ ଦଳର ଫାୟାରବ୍ରାଣ୍ଡ ନେତ୍ରୀ ଉମାଭାରତୀ।

ସେତେବେଳେ ସ୍ବାଧୀଙ୍କ ନିକଟରୁ ଦିଗି ରାଜା ହାର ମାନିଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଏଥର ସେହି ସମାନ ଅବସ୍ଥା ପୁନରାବୃ୍ତ୍ତି ଘଟୁଛି ନାଁ 2018 ବିଧାନସଭା ନିର୍ବାଚନରେ ଦଳୀୟ ସଫଳତା କଂଗ୍ରେସ ଦୋହରାଇ ପାରୁଛି ତାହା ମେ 23 ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଯିବ ।

||ବରଗଡ ||
 ରାଜ୍ୟର ବହୁ ନିରୀହ ଲୋକଙ୍କ ଠାରୁ ହୋଇଥିବା କୋଟି କୋଟି ଟଙ୍କାର ଚିଟଫଣ୍ଡ ଠକେଇ ଉପରେ ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ଜମାକାରୀଙ୍କ ଚିହ୍ନଟ କରି ଟଙ୍କା ଫେରାଇବାକୁ ନିଆଯାଇଥିବା ନିଷ୍ପତ୍ତିର କୌଣସି ଫଳାଫଳ ମିଳି ପାରିନାହିଁ ଆଜିଯାଏ | ବହୁ ଚିଟଫଣ୍ଡ କମ୍ପାନୀ ଗରିବ ମଜୁରିଆ ଲୋକଙ୍କ ଠାରୁ ଝାଲବୁହା ଟଙ୍କା ଠକି ନେଇଯାଇଥିବା ବେଳେ ବରଗଡରେ ମଧ୍ୟ "ଫ୍ଲୋରିଶ ଇଣ୍ଡିଆ " ନାମକ ଚିଟଫଣ୍ଡ କମ୍ପାନୀ ର ଶିକାରରେ ବହୁ ଗରିବ ଚାଷୀ ଅର୍ଥ ଜମାକରି ଫସିଯାଇଛନ୍ତି | ତେବେ ୧୦,୦୦୦ ଟଙ୍କା ରୁ କମ ଅର୍ଥ ଜମାକାରୀଙ୍କ ଜମା ଆର୍ଥ ପ୍ରଥମେ ଫେରସ୍ତ କରାଯିବ ବୋଲି ରାଜ୍ୟ ସରକାର ନିର୍ବାଚନର ବହୁ ପୂର୍ବରୁ  ଘୋଷଣା କରିଥିଲେ ମଧ୍ୟ କୌଣସି ଜମାକାରି ତାଙ୍କର ଜମାରାଶି ଫେରସ୍ତ ପାଇପାରି ନାହାନ୍ତି |
        ଏ॰ଏମ ଫାଇନେନ୍ସ , ଗ୍ରୀନ ଇଣ୍ଡିଆ , ସିଶୋର , ଫ୍ଲୋରିଶ ଇଣ୍ଡିଆ , ଏପରି ବହୁ ଚିଟଫଣ୍ଡ ଠକ କମ୍ପାନୀ ଗୁଡିକ ରାଜ୍ୟରେ ହଜାର ହଜାର ନିରୀହ ଲୋକଙ୍କ ବହୁକଷ୍ଟ ଅର୍ଜିତ ଅର୍ଥ ଲୁଟ କରିନେଇଯାଇଥିଲେ | ଦୀର୍ଘ ବର୍ଷ ଧରି କୋର୍ଟ ରେ ମାମଲା ଚାଲିରହିବା ପରେ ଶେଷରେ ଏମ॰ଏସ॰ ଦାସ କମିଶନ ଙ୍କର ରିପୋର୍ଟ ଅନୁଶାରେ ଏହି ଠକ ଚିଟଫଣ୍ଡ କମ୍ପାନୀ ଗୁଡିକର ସମସ୍ତ ସମ୍ପତ୍ତି ଜବତ କରାଯାଇ ପ୍ରଥମେ ଛୋଟ ଛୋଟ ଜମାକାରୀ ମାନଙ୍କୁ ଫେରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ହୋଇଥିଲା | ତେବେ ବହୁ ଦିନରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତ ଜମାକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇ ଶେଷ ମଧ୍ୟ ହୋଇସାରିଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଜମାକାରୀ ନିଜର ଜମା କରିଥିବା ଅର୍ଥ ଆଜି ପର୍ଯ୍ୟନ୍ତ  ଫେରି ପାଇନଥିଲେ | ଲୋକେ ମଧ୍ୟ ଏହି ଅର୍ଥ ଆଉ ଫେରିପାଇବା ଆଶାରେ ନାହାନ୍ତି କିନ୍ତୁ କାଳେ ବହୁ କଷ୍ଟିତ ଅର୍ଥ ସେମାନେ ଫେରିପାଇଯିବେ ସେହି ଆଶା ନେଇ ବହୁ ଜମାକରି ନୋଟିସ ପାଇ ନିଜ ନିଜ କାଗଜ ପତ୍ର ଧରି ବରଗଡ ବ୍ଲକ ଅଫିସ କୁ ଧାଉଁଛନ୍ତି | 
      ବରଗଡ ଜିଲ୍ଲାରେ ୧୦୦୦୦ ରୁ କମ ପରିମାଣର ଅର୍ଥ ଜମାକାରୀଙ୍କ ସଂଖ୍ୟା ୨୦୯୩  ଜଣ ହୋଇଥିବା ବେଳେ କେବଳ ବରଗଡ ତହସିଲ ରୁ ୭୮୦ ଜଣ ଜମାକାରି ଙ୍କୁ ଚିହ୍ନଟ କରାଯାଇଛି | ଛୋଟ ଛୋଟ ଜମାକାରୀଙ୍କୁ ତାଙ୍କ ଅର୍ଥ ଫେରାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ବରଗଡର ସମସ୍ତ ଜମାକାରୀଙ୍କ ପାଖକୁ ବରଗଡ ତହସିଲଦାର ଙ୍କ ନୋଟିସ ଆସି ପହଞ୍ଚିଥିଲା ବହୁ ଲୋକଙ୍କ ପାଖକୁ |   ଅତିରିକ୍ତ ତହସିଲଦାର ଅନୁରାଗ ମିଶ୍ରଙ୍କ ତତ୍ଵଧାନ ରେ ଜମାକାରୀଙ୍କ କାଗଜପତ୍ର ଯାଞ୍ଚ ପ୍ରକ୍ରିୟା ସରିଯାଇଥିଲେ ମଧ୍ୟ ଆଜି ଯାଏ ଜମାକାରି ମାନେ ତାଙ୍କର ଅର୍ଥ ପାଇନାହାନ୍ତି ଜମାକାରୀଙ୍କ ହାତକୁ ଟଙ୍କା ଆସିଲେ ଯାଏ ସେମାନେ ଟଙ୍କା ଫେରିପାଇଛନ୍ତି ବୋଲି ବିଶ୍ବାସ କରିବେ ବୋଲି କହିଛନ୍ତି |
    ବାଇଟ ଓ ଭିଡିଓ FTP ରେ ଯାଇଛି  ( pkg ) 
slug -odbgh_florishindia_7203682
ବାଇଟ 1- ଆନନ୍ଦ ଭୋଇ  ( ଜମାକାରୀ)
ବାଇଟ 2- ପ୍ରେମରାଜ ବିଶ୍ଵାଳ  ( ଜମାକାରୀ ଚାଷୀ )
ବାଇଟ 3 -  ଅନୁରାଗ ମିଶ୍ର  ( ଅତିରିକ୍ତ ତହସିଲଦାର )
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.