ETV Bharat / bharat

2019 ନିର୍ବାଚନ: ବଙ୍ଗରେ ବଦଳୁଛି ରାଜନୈତିକ ରଙ୍ଗ

ଧିରେଧିରେ ଗୈରିକ ରଙ୍ଗରେ ରଙ୍ଗୟିତ ହେବାରେ ଲାଗିଛି ପଡୋଶୀ ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟ। ଦିନେ ଲାଲ ରଙ୍ଗରେ ରଙ୍ଗୟିତ ଥିବା ରାଜ୍ୟର ରାଜନୈତିକ ମାନଚିତ୍ର ଏବେ ଗୈରିକ ହେବାରେ ଲାଗିଛି ।

author img

By

Published : May 25, 2019, 10:14 PM IST

Updated : May 25, 2019, 10:21 PM IST

ଡିଜାଇନ ଫଟୋ

କୋଲକାତା: ସବୁ ପ୍ରତୀକ୍ଷାର ଅନ୍ତଘଟାଇ ଆସିଯାଇଛି 2019 ଲୋକସଭା ନିର୍ବାଚନର ଫଳାଫଳ। ଅନେକ ରାଜ୍ୟରେ ଦେଖିବାକୁ ମିଳିଛି ରାଜନୈତିକ ପରିବର୍ତ୍ତନ। ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସପ୍ତଦଶ ଲୋକସଭା ମହାସମର ବଦଳାଇଛି ଦେଇଛି ଦେଶର ଅନେକ ଅଞ୍ଚଳର ରାଜନୈତିକ ଦୃଶ୍ୟପଟ୍ଟ। ଏଥିରୁ ବାଦ ପଡିନାହିଁ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ବ ବହନ କରୁଥିବା ରାଜ୍ୟ ପଶ୍ଚିମବଙ୍ଗ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥର ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି ଅଦ୍ଭୂତପୂର୍ବ ନିର୍ବାଚନୀ ଫଳାଫଳ। ପ୍ରଥମ ଥର ପାଇଁ ଏଠାକାର ଲୋକସଭା ନିର୍ବାଚନରେ ବିପୁଳ ସଫଳତା ହାସଲ କରିଛି ଗୈରିକ ଦଳ ବିଜେପି। ସ୍ଥିତି ଏପରି ହୋଇଛି ଯେ ବିଜେପିର ନିର୍ବାଚନୀ ରଣନୀତି ଆଗରେ ଚିତପଟାଙ୍ଗ ମାରିଛି ବିରୋଧିଙ୍କ ଶକ୍ତି। ରାଜ୍ୟର ମୋଟ 42ଟି ଲୋକସଭା ଆସନରୁ ଦଳ ଏକତୃତୀୟାଂଶରୁ ଅଧିକ ଆସନ ହାତେଇ ନେଇଛି।

ଅନ୍ୟପଟେ ଉଣାଅଧିକେ ଏହି ନିର୍ବାଚନରେ ଝଟକା ଖାଇଛନ୍ତି ଅନ୍ୟ ଦଳ। ଏଥର ଶାସକ ତୃଣମୂଳ କଂଗ୍ରେସକୁ (ଟିଏମସି) 22ଟି, ବିଜେପି 18 ଏବଂ 2ଟି ଆସନ କଂଗ୍ରେସ ଖାତାକୁ ଯାଇଛି । ଚଳିତ ଥର ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଯାଇଛି ଦୀର୍ଘ 34 ବର୍ଷ ଧରି ଏଠାକାର ଶାସନ ଗାଦି ଭୋଗ କରିଥିବା ବାମଦଳ । 2019 ନିର୍ବାଚନରେ ପଶ୍ଚିମବଙ୍ଗରେ ଗୋଟିଏ ହେଲେ ମଧ୍ୟ ଆସନ ପାଇବାରେ ସକ୍ଷମ ହୋଇନାହାନ୍ତି ବାମପନ୍ଥୀ । ଯାହା ଦଳର ଅସ୍ଥିତ୍ବ ଏବଂ ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

2019 ନିର୍ବାଚନ ବଦଳାଇ ଦେଲା କି ବଙ୍ଗର ରାଜନୈତିକ ରଙ୍ଗ?

2014 ନିର୍ବାଚନ ତୁଳନାରେ 2019ରେ ପଶ୍ଚିମବଙ୍ଗରେ ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ । ବଦଳିଯାଇଛି ଅନେକ ଦଳର ସ୍ଥିତି । ଏକଦା ଜାତୀୟ ରାଜନୀତିକୁ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ନିୟନ୍ତ୍ରଣ କରୁଥିବା ବାମଦଳ ଏଥର ସମ୍ପୂର୍ଣ୍ଣ ଭାବେ ମୂଳପୋଛ ହୋଇଯାଇଛି । ଗତ ଲୋକସଭା ତୁଳନାରେ ଅନେକ ଆସନ ଆସନ ହରାଇ ଦଳୀୟ ବିପର୍ଯ୍ୟୟକୁ ସାମ୍ନାକୁ କରିଛି ଟିଏମସି। ଅନ୍ୟତମ ଦଳ କଂଗ୍ରେସର ସ୍ଥିତି ଏଠାରେ ଯଥା ପୂର୍ବଂ ତଥା ପରଂ ରହିଛି । ଅନେକ ଆସନରେ ବାମଦଳ ସହ ମେଣ୍ଟ ବୁଝାମଣା କରିବା ପରେ ମଧ୍ୟ କୌଣସି ସଫଳତା ମିଳିନାହିଁ ।

2021 ବିଧାନସଭା ନିର୍ବାଚନ ପୂର୍ବରୁ କଣ ହେବେ ଏହି ତିନି ଦଳର ସ୍ଥିତି

ବାମଦଳ: ପଶ୍ଚିମବଙ୍ଗକୁ ନିଜର ପାରମ୍ପରିକ ଗଡ ଭାବେ ଗଢିତୋଳିଥିଲେ ବାମପନ୍ଥୀ । ଦିନ ଥିଲା ଏଠାରେ ଲାଲ ସଲାମ ଭଳି ସ୍ଲୋଗାନ ଶୁଣିବାକୁ ମିଳୁଥିଲା । 1977 ମସିହାରୁ 2011 ମସିହା ପର୍ଯ୍ୟନ୍ତ ଦୀର୍ଘ 34 ବର୍ଷ ପଶ୍ଚିମବଙ୍ଗରେ କ୍ଷମତାସୀନ ଥିଲା ବାମଦଳ। ମାତ୍ର ଟିଏମସିର ଶକ୍ତି ବଢିବା ପରେ ଗାଦିଚ୍ୟୁତ ହୋଇଯାଇଥିଲା ବାମପନ୍ଥୀଙ୍କ ନେତୃତ୍ବାଧିନ ସରକାର । 2011 ବିଧାନସଭା ନିର୍ବାଚନରେ ଟିଏମସି କ୍ଷମତାକୁ ଫେରିବା ସହ ଧିରେ ଧିରେ ପଶ୍ଚିମବଙ୍ଗର ରାଜନୈତିକ ଦୃଶ୍ୟପଟରୁ ଗାଏବ ହେବାରେ ଲାଗିଛି ବାମଦଳର ସ୍ଥିତି । 2016 ବିଧାନସଭା ନିର୍ବାଚନରେ ପୁନର୍ବାର ଟିଏମସି କ୍ଷମତାକୁ ଫେରିବା ସହ ରାଜ୍ୟରେ ତୃତୀୟ ସ୍ଥାନକୁ ଚାଲି ଯାଇଛି ଦଳ।

image
ଡିଜାଇନ ଫଟୋ

ଟିଏମସି: ବାମପନ୍ଥୀଙ୍କ ସହ ଦୀର୍ଘ ଦିନ ଧରି ସଂଘର୍ଷ କରିବା ପରେ ସର୍ବପ୍ରଥମେ 2011 ରାଜ୍ୟ ବିଧାନସଭା ନିର୍ବାଚନରେ ବାଜିମାତ କରିବା ସହ କ୍ଷମତାସୀନ ହୋଇଥିଲା ଟିଏମସି । ଗତବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳକୁ ସଫଳତା ମିଳିଥିଲେ ମଧ୍ୟ ବିଜେପି ସହ କଡା ମୁକାବିଲା କରିବାକୁ ପଡିଥିଲା । ଯାହାର ପୁନରାବୃତ୍ତି 2021 ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିପାରେ ।

image
ଡିଜାଇନ ଫଟୋ

ବିଜେପି: ଧିରେଧିରେ ବଙ୍ଗ ମାଟି ଗୈରିକ ରଙ୍ଗାୟିତ ହେବାରେ ଲାଗିଛି । ଯାହା ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି। ଏଠାରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗି ପଡିଛି ଗୈରିକ ଦଳ ବିଜେପି। ଗତବର୍ଷ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅନ୍ୟ ବିରୋଧି ଦଳ ଅପେକ୍ଷା ବିପୁଳ ସଫଳତା ପାଇବା ସହ ତୃଣମୂଳ ସ୍ତରରେ ନିଜର ସଙ୍ଗଠନକୁ ମଜବୁତ କରିବାରେ ଲାଗିପଡିଛି ଦଳ। ଏପରିକି ଆସନ୍ତା ବିଧାନସଭା ନିର୍ବାଚନରେ ରାଜ୍ୟରେ ସରକାର ଗଢିବା ପାଇଁ ମଧ୍ୟ ଅଣ୍ଟାଭିଡିଛି। ଏଥରର ଲୋକସଭା ନିର୍ବାଚନରେ ଦଳକୁ ମିଳିଛି ଜବରଦସ୍ତ ସଫଳତା।

image
ଡିଜାଇନ ଫଟୋ

ଆଉ 2 ବର୍ଷ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ତେବେ କିଏ ମାରିବ ବାଜି ଏବଂ କେଉଁ ରଙ୍ଗରେ ରଙ୍ଗାୟିତ ହେବ ରାଜ୍ୟ ରାଜନୈତିକ ଦୃଶ୍ୟପଟ ତାହା ଆଗାମୀ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।

Intro:ମୁଁ ନିଶ୍ଚିତ ଜିତିବି। ଏକଜିଟ ପୋଲ ମୋ ବିଷୟରେ ଭୁଲ ଦେଖାଇଛି। ଏକଥା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିଜ ସ୍ଥିତି ନେଇ ସେ ପୁରା ନିଶ୍ଚିତ ଅଛନ୍ତି ବୋଲି କହିଛନ୍ତି। କଂଗ୍ରେସର ଏହି ହେବି ୱେ ଟ ନେତା ଚଳିତଥର ଦୁଇଟି ଆସନରୁ ଲଢ଼ିଥିଲେ। ଭଣ୍ଡାରିପୋଖରୀ ଓ ଘଷିପୁରା ଆସନରେ ଲଢ଼ିଥିଲେ। ଘଷିପୁରାରେ ମନ୍ତ୍ରୀ ବଦ୍ରୀ ପାତ୍ରଙ୍କ ଚ୍ୟାଲେଞ୍ଜ ଗ୍ରହଣ କରି ପ୍ରାର୍ଥୀ ହୋଇଥିଲେ। ନିରଂଜନ ଘଷିପୁରାରେ ଲଢ଼ି ଜିତିକି ଦେଖନ୍ତୁ ବୋଲି ସେତେବେଳେ ବଦ୍ରୀ ଚାଲେଞ୍ଜ କରିଥିଲେ। ହେଲେ ଏବେଠୁ ନିରଂଜନ କହିଲେନି କି ସେଠି ଜିତି ନପାରେ। ଘଷିପୁରାରେ ଜିତିବା ତାଙ୍କ ପାଇଁ ସହଜ ହେବ ନାହିଁ। ହେଲେ ଭଣ୍ଡାରିପୋଖରୀ ରେ କିନ୍ତୁ ସେ ଜିତିବେ। ଏହା ନିଶ୍ଚିନ୍ତ ବୋଲି କହିବା ସହ ନିଜ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏକଜିଟ ପୋଲରେ ନିରଂଜନ ଭଣ୍ଡାରିପୋଖରୀ ରୁ ହାରୁଥିବା ରିପୋର୍ଟ ଆସିବା ପରେ ଏହାକୁ ନେଇ ଚିହ୍ନିକି ଉଠିଛନ୍ତି ନିରଞ୍ଜନ।

Body:ବାଇଟ। ନିରଂଜନ ପଟ୍ଟନାୟକ, ପିସିସି ସଭାପତି

Conclusion:
Last Updated : May 25, 2019, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.