ETV Bharat / bharat

ପାକିସ୍ତାନରୁ ଜୀବନ ବଞ୍ଚାଇ ଭାରତ ଆସିଲେ 50 ହିନ୍ଦୁ ପରିବାର

author img

By

Published : Feb 4, 2020, 10:13 AM IST

Updated : Feb 4, 2020, 1:54 PM IST

ସିଏଏ ଓ ଏନଆରସିକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ପାକିସ୍ତାନରୁ 50 ହିନ୍ଦୁ ପରିବାର ଭାରତ ଆସିଛନ୍ତି । ପାଖାପାଖି 200 ଲୋକ ଅଟାରୀରୁ ୱାଘା ବର୍ଡର ଦେଇ ଭାରତରେ ପହଞ୍ଚି ଭାରତୀୟ ନାଗରିକତ୍ବ ପାଇଁ ଅପିଲ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

200-pakistani-hindus
ଫଟୋ ସୌଜନ୍ୟ: @ANI

ଅମୃତସର: ଦେଶରେ ସିଏଏ ଓ ଏନଆରସି ପାଇଁ ଜାରି ରହିଛି ବିରୋଧ ପ୍ରଦର୍ଶନ । ଇତିମଧ୍ୟରେ ପାକିସ୍ତାନରୁ 50 ହିନ୍ଦୁ ପରିବାର ନିଜର ଜୀବନ ବଞ୍ଚାଇ ଭାରତର ଶରଣ ପଶିଛନ୍ତି । ଏହି 50 ପରିବାରର ପ୍ରାୟ 200 ଲୋକେ ଅଟାରୀ ୱାଘା ସୀମାର ରାସ୍ତା ପାର ହୋଇ ଭାରତ ପହଞ୍ଚିଛନ୍ତି । ଏମାନେ ହରିଦ୍ବାର ଯିବା ପାଇଁ 25 ଦିନର ଭିଜା ନେଇ ଭାରତ ଆସିଥିଲେ । ହେଲେ ସେମାନେ ବର୍ତ୍ତମାନ ପାକିସ୍ତାନ ଫେରିଯିବାକୁ ନାରାଜ । ସେମାନଙ୍କ କହିବା କଥା ହେଲା ଏବେ ପାକିସ୍ତାନକୁ ପୁଣି ଫେରିଯିବା ଆମ ପାଇଁ କଷ୍ଟଦାୟକ । ସେଠାରେ ବଞ୍ଚିବା ମୁସକିଲ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ ପାଇଁ ଅପିଲ କରୁଛୁ ।

ପାକିସ୍ତାନରୁ ଜୀବନ ବଞ୍ଚାଇ ଭାରତ ଆସିଲେ 50 ହିନ୍ଦୁ ପରିବାର

ଏମାନଙ୍କ କହିବାନୁସାରେ, ପାକିସ୍ତାନରେ ରହିବା ଅସମ୍ଭାଳ ହୋଇପଡୁଛି । ତେବେ ଏହି ହିନ୍ଦୁ ଶରଣାର୍ଥୀଙ୍କ କହିବା କଥା ହେଲା, ‘ପାକିସ୍ତାନରେ ଝିଅମାନଙ୍କୁ ଉଠାଇ ନେବା ସହ ଧମକ ଦେଉଛନ୍ତି । ଏବେ ଆମେ ସେଠାକୁ ଫେରିଯିବାକୁ ଚାହୁଁନା । ଆମ୍ଭେମାନେ ବର୍ତ୍ତମାନ ଆମ ଦେଶ ଭାରତକୁ ପହଞ୍ଚିଯାଇଛୁ ।’ ସୂଚନା ଥାଉକି ଭାରତକୁ ଆସିଥିବା ଅଧିକାଂଶ ଯାତ୍ରୀ ସିନ୍ଧ ଏବଂ କରାଚୀ ଅଞ୍ଚଳର । ସେମାନଙ୍କ ପାଖରେ କିଛି ବ୍ୟକ୍ତିଙ୍କ ପାଖରେ ଜିନିଷପତ୍ର ଥିଲା ତ ଆଉ କିଛି ଲୋକେ ରବିବାର ପାଇଁ ଆଶ୍ରୟ ଖୋଜୁଥିଲେ ।

200-pakistani-hindus-come-to-india
ଫଟୋ ସୌଜନ୍ୟ: @ANI

ଅକାଳୀ ଦଳ ନେତା ତଥା ଦିଲ୍ଲୀ ଶିଖ୍ ଗୁରୁଦ୍ବାରା ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ମଞ୍ଜିନ୍ଦର ସିଂହ ହିନ୍ଦୁ ପରିବାରଙ୍କ ଉଦ୍ଧାର ପାଇଁ ବର୍ଡରରେ ଉପସ୍ଥିତ ଥିଲେ । ତେବେ ଏକ୍ଷେତ୍ରରେ ପାକିସ୍ତାନରୁ ଆସିଥିବା ହିନ୍ଦୁଙ୍କୁ ଭାରତୀୟ ନାଗରିକତା ଦେବା ବିଷୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ସିରସା । ସୀମା ଅଧିକାରୀଙ୍କ କହିବାନୁସାରେ, ପାକିସ୍ତାନରୁ ଆସୁଥିବା ହିନ୍ଦୁ ଶରଣାର୍ଥୀଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଗତ ମାସ ତୁଳନାରେ ଚଳିତ ମାସ ଅଧିକ ଶରଣାର୍ଥୀ ଆସିଥିବାର ସୂଚନା ମିଳିଛି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Feb 4, 2020, 1:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.