ETV Bharat / bharat

500ଫୁଟ ତଳକୁ ଖସିଲା ବସ: 35 ମୃତ - kullu

ହିମାଚଳ ପ୍ରଦେଶର କୁଲ୍ଲୁରେ ଭୟଙ୍କର ବସ ଦୁର୍ଘଟଣା । ଏଠାରେ ଏକ ଘାଟିରେ ଘରୋଇ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ 35 ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଯାତ୍ରୀ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jun 20, 2019, 6:43 PM IST

Updated : Jun 20, 2019, 9:21 PM IST

କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବସ ଦୁର୍ଘଟଣା । ଜିଲ୍ଲାର ବଞ୍ଜାରଠାରୁ ଗାଡାଗୁଶୋଣୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ ବହୋଟ ଘାଟି ତଳକୁ ଖସିପଡିଛି । ଦୁର୍ଘଟଣାରେ 35 ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେପଟେ ସ୍ଥାନୀୟ ଲୋକେ ଏପର୍ଯ୍ୟନ୍ତ 30 ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଛନ୍ତି ।

କୁହାଯାଉଛି ଯେ ବସରେ ପ୍ରାୟ 65ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ । ଉକ୍ତ ବସରେ ଅଧିକାଂଶ କଲେଜ ଛାତ୍ରଛାତ୍ରୀ ଥିଲେ । ସେମାନେ କଲେଜରେ ଆଡମିଶନ ନେଇ ଘରକୁ ଫେରୁଥିଲେ । ଛାତ୍ରଛାତ୍ରୀଙ୍କ ବ୍ୟତୀତ ଏହି ବସରେ ଅଧିକାଂଶ ଲୋକେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ବିଧାନସଭା ଅଞ୍ଚଳର ଥିଲେ ବୋଲି କୁହାଯାଉଛି । ତେବେ ସମସ୍ତ ମୃତାହତଙ୍କୁ ସ୍ଥାନୀୟବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କରାଯାଉଛି । ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେପଟେ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ସୂଚନା ପାଇଁ କିଛି ସମୟ ମଧ୍ୟରେ ସିମଲାରୁ ଘଟଣାସ୍ଥଳକୁ ପହଞ୍ଚିବେ । ଦୁର୍ଘଟଣା ସମୟରେ 12 ମହିଳା, 6 ଯୁବତୀ, 7 ଶିଶୁ ଏବଂ 10 ଜଣ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଏମାନେ ସମସ୍ତେ ଗୁରୁତର ଅଛନ୍ତି । କିଛି ଗୁରୁତରଙ୍କୁ ବଞ୍ଜାର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଜଣଙ୍କୁ କୁଲ୍ଲୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

Intro:Body:

blank 

Conclusion:
Last Updated : Jun 20, 2019, 9:21 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.