ETV Bharat / bharat

20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ବାନ୍ଧି ନେଲା ଶ୍ରୀଲଙ୍କା ନୌସେନା - ଶ୍ରୀଲଙ୍କା ନୌସେନା

20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ପଢନ୍ତୁ ଅଧିକ.....

20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ବାନ୍ଧିନେଲା ଶ୍ରୀଲଙ୍କା ନୌସେନା

author img

By

Published : Dec 15, 2020, 6:50 PM IST

ଚେନ୍ନାଇ: 20 ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା । ସୋମବାର ଦିନ ରାମେଶ୍ବରମର ପ୍ରାୟ 3000 ମତ୍ସ୍ୟଜୀବୀ 500 ମାଛଧରା ବୋଟ ନେଇ ସମୁଦ୍ରକୁ ଯାଇଥିଲେ, ଠିକ୍ ସେହି ସମୟରେ ଶ୍ରୀଲଙ୍କାର ନୌସେନା କର୍ମଚାରୀମାନେ ସେମାନଙ୍କୁ ଗିରଫ କରି ନେଇଥିବା ଜଣାପଡିଛି । ଶ୍ରୀଲଙ୍କା ସେନାର ଏଭଳି କାର୍ଯ୍ୟାନୁଷ୍ଠାନ ଫଳରେ ଅନ୍ୟ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇ କୂଳକୁ ଫେରିବାକୁ ବାଧ୍ୟ ହୋଇଥିଲେ ।

ଶ୍ରୀଲଙ୍କା ନୌସେନା ଗିରଫ ମତ୍ସ୍ୟଜୀବୀଙ୍କୁ କଙ୍ଗେସନ୍ତୁରାଇକୁ ନେଇଛି । ଭାରତୀୟ ମତ୍ସ୍ୟଜୀବୀମାନେ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି । ସମସ୍ତ ମତ୍ସ୍ୟଜୀବୀ ସଙ୍ଗଠନ ଆସନ୍ତାକାଲି ଶ୍ରୀଲଙ୍କା ନୌସେନାର ଅନେକ ଧମକକୁ ନେଇ ରାମେଶ୍ବରମରେ ଏକ ଜରୁରୀ ବୈଠକ ମଧ୍ୟ ଡାକିଛନ୍ତି । ଶ୍ରୀଲଙ୍କା ନୌସେନା ଦ୍ବାରା ଏପରି ଗିରଫଦାରୀକୁ ଏମଡିଏମକେ ସାଧାରଣ ସମ୍ପାଦକ ଭାଇକୋ ନିନ୍ଦା କରିଛନ୍ତି।

ଏଠାରେ ପ୍ରକାଶିତ ବିବୃତ୍ତିରେ ଭାଇକୋ କହିଛନ୍ତି ଯେ 20 ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି ଏବଂ ରବିବାର ଦିନ ଶ୍ରୀଲଙ୍କା ନୌସେନା ସେମାନଙ୍କ ଡଙ୍ଗା ମଧ୍ୟ ଜବତ କରାଯାଇଛି। ଶ୍ରୀଲଙ୍କା ସରକାରଙ୍କ କାର୍ଯ୍ୟକଳାପ ନିନ୍ଦନୀୟ ଏବଂ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ଡଙ୍ଗାକୁ ମୁକ୍ତ କରିବା ପାଇଁ ଭାରତ ଏବଂ ତାମିଲନାଡୁ ସରକାର ପଦକ୍ଷେପ ନେବା ଉଚିତ ବୋଲି ଭାଇକୋ କହିଛନ୍ତି ।

ଶ୍ରୀଲଙ୍କା ନୌସେନାର ରାମେଶ୍ବରମରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଏହା ହେଉଛି 2ୟ ଆକ୍ରମଣ ଘଟଣା । 3 ବର୍ଷ ପୂର୍ବେ ସମାନ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ ନେଇ ବିବାଦକୁ ଆସିଥିଲା ଶ୍ରୀଲଙ୍କା ନୌସେନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.