ଚଣ୍ଡିଗଡ: ମହାମାରୀ କୋରୋନା ସତର୍କତା ଲାଗି ଦେଶର 22 ରାଜ୍ୟର ଲକଡାଉନ୍ କରାଯାଇଛି । ଫଳରେ ଅନେକ ଲୋକଙ୍କ ଜୀବନଧାରଣ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯାହାର ମୁକାବିଲା କରିବା ତଥା ଏମାନଙ୍କୁ ସହାୟତା ହାତ ବଢାଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରୀନ୍ଦ୍ର ସିଂ ।
ଆବଶ୍ୟକ କରୁଥିବା ଲୋକଙ୍କୁ ପ୍ରଦାନ କରାଯିବ ଖାଦ୍ୟ ଏବଂ ଗୃହ ସହ ମେଡିସିନ । ଏନେଇ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ 20 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାସହ ରାଜ୍ୟର ପୋଲିସ କମିଶନର, ଜିଲ୍ଲାପାଳଙ୍କୁ ଲୋକଙ୍କ ସେବାରେ ନିୟୋଜିତ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଲେ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ।
@ANI