ETV Bharat / bharat

ବିଚରାସ୍ତାରେ ଦଳିତ ମହିଳାଙ୍କୁ ମାଡ, ଭିଡିଓ ଭାଇରାଲ - land issue

ଦଳିତ ମହିଳାଙ୍କୁ ବିଚ ରାସ୍ତାରେ ବାଡେଇଲେ ଦୁର୍ବୃତ୍ତ । ଘଟଣାର ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ଚର୍ଚ୍ଚା ଚାଲିଛି ।

ଫାଇଲ ଫଟୋ
author img

By

Published : Jul 7, 2019, 9:26 PM IST

ଚଣ୍ଡିଗଡ: ପଞ୍ଜାବର ଫରିଦକୋଟ ଜିଲ୍ଲାର କୋଟକପୁରାରେ ଦୁଇ ଜଣ ଦଳିତ ମହିଳାଙ୍କୁ କିଛି ପୁରୁଷ ରାସ୍ତାରେ ଗାଳିଗୁଲଜ କରୁଥିବା ସହ ମାଡ ମାରୁଥିବା ଘଟଣା ସାମ୍ନାକୁ ଆସିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ଦେଖାଯାଉଛି, ଦୁଇ ଜଣ ଦଳିତ ମହିଳାଙ୍କୁ କିଛି ଲୋକେ ରାସ୍ତାରେ ତଳେ ପକାଇ ଗାଳିଗୁଲଜ କରିବା ସହ ମାରପିଟ କରୁଛନ୍ତି । ଦୁଇ ମହିଳା ସେମାନଙ୍କୁ ଛାଡିଦେବା ପାଇଁ ଅନୁରୋଧ ମଧ୍ୟ କରୁଛନ୍ତି । ସବୁଠାରୁ ବଡ କଥା ହେଲା ଏହି ସବୁ ଘଟଣାକୁ ପ୍ରତ୍ୟକ୍ଷଦର୍ଶୀ ଅଟକାଇବା ବଦଳରେ ଘଟଣାର ମଜା ଉଠାଉଛନ୍ତି ।

ମହିଳାଙ୍କୁ ମାରପିଟ୍ କରୁଥିବା ଲୋକେ ଅକାଳୀ ଦଳର ସମର୍ଥକ ବୋଲି ଅଭିଯୋଗ ହୋଇଛି । ମହିଳାଙ୍କ ସ୍ବାମୀ ତାଙ୍କ ଶ୍ବଶୁରଙ୍କ ଦ୍ବିତୀୟ ପତ୍ନୀର ପୁଅ ହୋଇଥିବାରୁ ସମ୍ପତ୍ତି ବିବାଦକୁ ନେଇ ଶ୍ବଶୁରଙ୍କ ପ୍ରଥମ ସ୍ତ୍ରୀ ଏବଂ ତାଙ୍କ ପିଲା ଏପରି କରିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ।

ତେବେ ଭାଇରାଲ ଭିଡିଓ ଆଧାରରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ବୋଲି ଫରିଦକୋଟ ପୋଲିସ କହିଛି ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.