ETV Bharat / bharat

ସୁରକ୍ଷାବଳଙ୍କ ଏନକାଉଣ୍ଟରରେ 2 ଆତଙ୍କୀ ନିପାତ

ଭାରତୀୟ ସେନାଙ୍କୁ ପୁଣି ସଫଳତା । ଏନକାଉଣ୍ଟରରେ 2 ଆତଙ୍କୀ ସଫା । ଏନକାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅଧିକ ପଢନ୍ତୁ...

ସୁରକ୍ଷାବଳଙ୍କ ଏନକାଉଣ୍ଟରରେ 2 ଆତଙ୍କୀ ନିପାତ
ସୁରକ୍ଷାବଳଙ୍କ ଏନକାଉଣ୍ଟରରେ 2 ଆତଙ୍କୀ ନିପାତସୁରକ୍ଷାବଳଙ୍କ ଏନକାଉଣ୍ଟରରେ 2 ଆତଙ୍କୀ ନିପାତ
author img

By

Published : Jun 13, 2020, 7:33 AM IST

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 2 ଆତଙ୍କୀ । ଶନିବାର ସକାଳୁ ଜମ୍ମୁ-କାଶ୍ମୀରର କୁଲଗାମ ଏନକାଉଣ୍ଟର କରିଥିଲା ଭାରତୀୟ ସେନା । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ । କାଶ୍ମୀର ଜୋନ ପୋଲିସଙ୍କ କହିବାନୁସାରେ, କୁଲଗାମ ଜିଲ୍ଲାର ନିପୋରା ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଉତ୍ତର କାଶ୍ମୀରର ଉରି ସେକ୍ଟରରେ ଥିବା ଆବାସିକ ଅଞ୍ଚଳକୁ ଟାର୍ଗେଟ କରି ପ୍ରବଳ ଗୁଳିଗୁଳା ମାଡ କରିଥିଲା । ଏଥିରେ ଜଣେ ସାଧାରଣ ମହିଳାଙ୍କ ମୃତ୍ୟୁ ସମେତ 3 ଜଣ ନାଗରିକ ଗୁରୁତର ଆହତ ହୋଇଥିଲେ ।

ସେପଟେ, ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ କରିବାକୁ ଏନକାଉଣ୍ଟର କରିବା ସହ ବ୍ୟାଟ ହମଲା କରିଥିଲା ପାକ । ଯାହାର କଡା ଜବାବ ଦେବାକୁ ଯାଇ ଭାରତୀୟ ସେନା ବଳ ପାକିସ୍ତାନର 1 ଡ୍ରଜନ ଆଉଟପୋଷ୍ଟକୁ ଧ୍ବଂସ କରିଥିଲେ ।

ଏଥିରେ ଆଠ ଜଣ ପାକିସ୍ତାନୀ ସେନା ନିହତ ହେବା ସହ 19 ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷରେ, ରାତି ଆଠଟା ବେଳେ ପାକିସ୍ତାନୀ ସେନା ପୁଞ୍ଚର ବାଲାକୋଟ ଏବଂ ରୌଜରୀର ବାଲାକୋଟ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.