ETV Bharat / bharat

କୋଭିଡ 19: ରାଜସ୍ଥାନରେ 2 ଟି ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା 56କୁ ବୃଦ୍ଧି - corona virus

ରାଜସ୍ଥାନରେ 56କୁ ବୃଦ୍ଧି ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ଆସିଲା ଆଉ 2ଟି ପଜିଟିଭ ରିପୋର୍ଟ । ଅଧିକ ପଢନ୍ତୁ...

covid-19
ରାଜସ୍ଥାନରେ 2 ଟି ନୂଆ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା 56 କୁ ବୃଦ୍ଧି
author img

By

Published : Mar 29, 2020, 10:30 PM IST

ଜୟପୁର: ରାଜସ୍ଥାନରେ ସାମ୍ନାକୁ ଆସିଲା ଆଉ 2ଟି କୋରୋନା ପଜିଟିଭ ମାମଲା । ଏହା ପରେ ରାଜ୍ୟରେ କୋରୋନା ଭାଇରସ ସଂକ୍ରମିତ ଲୋକଙ୍କ ସଂଖ୍ୟା 56କୁ ବୃଦ୍ଧି ପାଇଛି।ଭିଲବାଡାରେ ସାମ୍ନାକୁ ଆସିଥିବା ସଦ୍ୟତମ ମାମଲା ହେଉଛି 53 ବର୍ଷ ବୟସ୍କା ମହିଳାଙ୍କର । ତାଙ୍କୁ ବାଙ୍ଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ, ସେ ଜଣେ ହୃଦୟ ରୋଗୀ ଏବଂ ତାଙ୍କର ଅନଜିଓପ୍ଲାଷ୍ଟୀ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ରୋହିତ କୁମାର ସିଂ ।

covid-19
ଜସ୍ଥାନରେ 2 ଟି ନୂଆ ମାମଲା

ସେହପିର ଅନ୍ୟ ଜଣେ ହେଉଛି ଞ୍ଝୁଝୁନର । ଜଣେ 21 ବର୍ଷୀୟ ଯୁବକ ଯିଏ ମାର୍ଚ୍ଚ 18ରେ ଫିଲିପାଇନ୍ସରୁ ଦିଲ୍ଲୀ ଆସିଥିଲେ । ପରେ ସେ ଞ୍ଝୁଝୁନରେ ପହଞ୍ଚିଥିଲେ । ତାଙ୍କୁ 18 ମାର୍ଚ୍ଚରୁ 22 ମାର୍ଚ୍ଚ ପର୍ଯ୍ୟନ୍ତ ଘରୁ ବାହାରେ ରଖାଯାଇଥିଲା। ମାର୍ଚ୍ଚ 23ରେ, ତାଙ୍କୁ ସିଙ୍ଗାନିଆ ଇନଷ୍ଟିଚ୍ୟୁଟରେ କ୍ୱାରାଣ୍ଟିନ୍ ପଠାଯାଇଥିଲା, ଯେଉଁଠାରେ 26 ମାର୍ଚ୍ଚରେ ତାଙ୍କ ଠାରେ କୋଭିଡ-19ର ଲକ୍ଷଣ ଦେଖିବାକୁ ମିଳିଥିଲା ।

ସିଂ କହିଛନ୍ତି ଯେ ତାଙ୍କ ନମୁନା ଏସଏମଏସ ଡାକ୍ତରଖାନାକୁ ପଠାଯାଇଥିଲା । ଯାହାର ରିପୋର୍ଟ ମାର୍ଚ୍ଚ 29 ରେ ପଡିଟିଭ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ 4,085 ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ 3,501 ନେଗେଟିଭ ଏବଂ 56ଟି ପଜିଟିଭ ରହିଛି । 528 ନମୁନା ମଧ୍ୟରୁ ଯାହା ଆଜି ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା, ସେଥିମଧ୍ୟରୁ ଭିଲବାଡାରେ ସର୍ବାଧିକ 258 ନମୁନା ଥିଲା । ସେଥିମଧ୍ୟରୁ ଏପର୍ଯ୍ୟନ୍ତ 25ଟି ମାମଲା ନେଗେଟିଭ ଥିବା ସିଂ କହିଛନ୍ତି ।

@IANS

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.