ETV Bharat / bharat

କେରଳର ସୁନା ଚୋରା ଚାଲାଣ ମାମଲାରେ ଆଉ 2 ଗିରଫ - ସୁନା ଚୋରା ଚାଲାଣ

କେରଳର ସୁନା ଚୋରା ଚାଲାଣ ମାମଲାରେ ଗୁରୁବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ଉଭୟ କେରଳର ମଲାପୁରାମ ଜିଲ୍ଲାର ବୋଲି ଜଣାପଡିଛି ।

କେରଳ
କେରଳ
author img

By

Published : Jul 16, 2020, 3:11 PM IST

ଥିରୁଅନନ୍ତପୁରମ: କେରଳର ସୁନା ଚୋରା ଚାଲାଣ ମାମଲାରେ ଗୁରୁବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ଗିରଫ ବ୍ୟକ୍ତିଙ୍କ ପରିଚୟ ମହମ୍ମଦ ଅନୱର ଟିଏମ ଏବଂ ସାଇଡାଲଭି ଇ ରୂପରେ ହୋଇଛି । ଉଭୟ କେରଳର ମଲାପୁରାମ ଜିଲ୍ଲାର ବୋଲି ଜଣାପଡିଛି ।

ସୁନା ଚୋରା ଚାଲାଣ ମାମଲାରେ ବୁଧବାର ଥିରୁଅନନ୍ତପୁରମରେ ଅନୁସନ୍ଧାନକାରୀ ସଂସ୍ଥା ଏକାଧିକ ଚଢାଉ କରିଥିଲେ। ଏହି ମାମଲାର ଅଭିଯୁକ୍ତ ସ୍ବପ୍ନା ସୁରେଶ କାର୍ଯ୍ୟ କରୁଥିବା କେରଳ ଷ୍ଟେଟ ଆଇଟି ଇନଫ୍ରାଷ୍ଟ୍ରକଚର ଲିମିଟେଡରେ ମଧ୍ୟ ଚଢାଉ ହୋଇଥିଲା । ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏହି ମାମଲାରେ ଚାରିଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେଥିମଧ୍ୟରୁ ତିନିଜଣ ଗିରଫ ହୋଇଛନ୍ତି।

ଥିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା । ଏହି ମାମଲାରେ କଷ୍ଟମ ବିଭାଗ ସ୍ବପ୍ନା ସୁରେଶଙ୍କ ସମେତ କେତେଜଣଙ୍କୁ ଗିରଫ କରି ପଚାରାଉଚାରା ଜାରି ରଖିଛି । ସ୍ବପ୍ନା କେରଳ ସରକାରଙ୍କ ଆଇଟି ବିଭାଗରେ ମ୍ୟାନେଜର ଭାବେ କାମ କରୁଥିଲେ । ଏହାପୂର୍ବରୁ ସେ ୟୁଏଇ ଦୂତାବାସରେ ଏକଜିକ୍ୟୁଟିଭ୍ ଭାବେ ମଧ୍ୟ କାମ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.