ETV Bharat / bharat

କୋରୋନା ଟୀକାକରଣ, ଦିଲ୍ଲୀରେ ନାମ ଅନ୍ତର୍ଭୁକ୍ତ କଲେ 2 ଲକ୍ଷ ସ୍ବାସ୍ଥ୍ୟକର୍ମୀ

ଦିଲ୍ଲୀରେ କୋରୋନା ଟୀକାକରଣ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରାୟ 2 ଲକ୍ଷ ସ୍ବାସ୍ଥ୍ୟକର୍ମୀ ଟୀକାକରଣ ପାଇଁ ନାମ ଅନ୍ତର୍ଭୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 7, 2020, 5:10 PM IST

2 lakh health care workers enrolled for vaccination In the second phase
କୋରୋନା ଟୀକାକରଣ, ଦିଲ୍ଲୀରେ ନାମ ଅନ୍ତର୍ଭୁକ୍ତ କଲେ 2 ଲକ୍ଷ ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: କୋରୋନା ଟୀକା କିଛି ସପ୍ତାହ ମଧ୍ୟରେ ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସୂଚନା ଦେବା ପରେ ଦିଲ୍ଲୀ ସରକାର ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ନିଷ୍ପତ୍ତି ହୋଇଥିବାରୁ ଦିଲ୍ଲୀରେ ସୋମବାର ସୁଦ୍ଧା ପ୍ରାୟ 2 ଲକ୍ଷ ସ୍ବାସ୍ଥ୍ୟକର୍ମୀ ଟୀକାକରଣ ପାଇଁ ନାମ ଅନ୍ତର୍ଭୁକ୍ତ କରିଥିବା ସୂଚନା ମିଳିଛି ।

ଦିଲ୍ଲୀ ସରକାର ଟୀକାକରଣ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଜ୍ୟରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକାକରଣ ପାଇଁ ନାମ ଅନ୍ତର୍ଭୁକ୍ତ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଡିସେମ୍ବର 5 ତାରିଖ ମଧ୍ୟରେ ଏହି ନାମ ଅନ୍ତର୍ଭୁକ୍ତ ପ୍ରକ୍ରିୟା ଶେଷ ହେବାକୁ ଥିବା ବେଳେ ସୋମବାର ସୁଦ୍ଧା ପ୍ରାୟ 2 ଲକ୍ଷ ସ୍ବାସ୍ଥ୍ୟକର୍ମୀ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି । ତେବେ ଦେଶରେ କୋରୋନା ଟୀକା ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ଏହି 2 ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏହି 2 ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ମେଡିକାଲ, ମେଡିକାଲ ପ୍ରଶାସନର ଜଡିତ କର୍ମଚାରୀ, ଏଲୋପାଥିକ, ଆୟୁଷ, ଫିଜିଓଥେରାପି, ରେଡିଓଲୋଜି, ସାନିଟେସନ କର୍ମଚାରୀ ଆଦି କର୍ମଚାରୀମାନେ ଅନ୍ତର୍ଭୁକ୍ତ ।

ପ୍ରଥମ ପର୍ଯ୍ୟାୟରେ ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଦିଲ୍ଲୀରେ ପ୍ରାୟ 13 ଲକ୍ଷ ବୟସ୍କ ବ୍ୟକ୍ତିଙ୍କୁ କୋରୋନା ଟୀକା ଦିଆଯିବ । ପରେ 50ରୁ 59 ବର୍ଷର ଲୋକଙ୍କୁ ଟୀକା ଦିଆଯିବ । ତେବେ ଏହିପରି ବିଭିନ୍ନ ପର୍ଯ୍ୟାୟରେ ଦିଲ୍ଲୀରେ ଟୀକାକରଣ କରାଯିବ । ସୂଚନା ଥାଉ କି ଦିଲ୍ଲୀର ରାଜୀବ ଗାନ୍ଧୀ ହସ୍ପିଟାଲରେ କୋରୋନା ଟୀକା ଷ୍ଟୋର କରାଯିବ ବୋଲି ବ୍ୟବସ୍ଥା କରାଯାଉଛି ।

କୋରୋନା ଟୀକା ଆସିବାର 3ରୁ 4 ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ଦିଲ୍ଲୀରେ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ କହିଛନ୍ତି । ଏହି ଟୀକାକରଣ ପ୍ରକ୍ରିୟା ଆଶାକର୍ମୀ ଓ ଅଙ୍ଗନବାଡିରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.