ଶ୍ରୀନଗର: କୋରୋନା କାଳରେ ସେନା ଓ ପୋଲିସ ଆତଙ୍କୀଙ୍କ ପାଇଁ କାଳ ସାଜୁଛନ୍ତି । ଲଗାତାରା ଭାବେ ଘାଟିରେ ଆତଙ୍କୀ ନିପାତ ଅଭିଯାନରେ ସଫଳତା ମିଳୁଛି ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସକୁ । ଏହିକ୍ରମରେ ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରା (ତ୍ରାଲ୍) ଠାରେ ହୋଇଥିବା ଏକ ଏନକାଉଣ୍ଟରରେ ଦୁଇ ଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି ।
ପୋଲିସ କହିଛି ଯେ ନିପାତ ହୋଇଥିବା ଦୁଇ ଆତଙ୍କୀ କାଶ୍ମୀର ବାସିନ୍ଦା । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି । ଏକ ଗୁଇନ୍ଦା ସୂଚନା ଆଧାରରେ ସୋମବାର ରାତିରେ ପୋଲିସ ଏବଂ ସେନା ମିଳିତ ଭାବେ ଏହି ଅପରେସନ ଆରମ୍ଭ କରିଥିଲେ । ସେନା କହିଛି ଯେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା, ମାତ୍ର ପୋଲିସ ଉପରକୁ ଆକ୍ରମଣ କରିଥିଲେ ସେମାନେ । ପରେ ପୋଲିସର ପାଲଟା ଆକ୍ରମଣରେ ନିପାତ ହୋଇଥିଲେ ।
ମଙ୍ଗଳବାର ସୁରକ୍ଷା ବାହିନୀ ଆତଙ୍କୀ ଛପିଥିବା ସ୍ଥାନକୁ ଘେରାବନ୍ଦୀ କରିଥିଲେ । ପରେ ଆତଙ୍କୀ ସେନା ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଶେଷରେ ପୋଲିସ ଏନକାଉଣ୍ଟର ଉଭୟ ଆତଙ୍କୀଙ୍କ ମୃତ୍ୟୁ ହୋଇଥିଲା ।
@IANS