ETV Bharat / bharat

ବିହାର ନିର୍ବାଚନ: ମାଓବାଦୀଙ୍କ ବଡଧରଣ ଯୋଜନା ପଣ୍ଡ, ଆଇଡି ଜବତ

author img

By

Published : Oct 28, 2020, 11:28 AM IST

Updated : Oct 28, 2020, 11:55 AM IST

ବିହାର ବିଧାନସଭା ନିର୍ବାଚନ ବେଳେ ମାଓବାଦୀଙ୍କ ବଡଧରଣର ଯୋଜନା ପଣ୍ଡ । ଏକ କଲଭର୍ଟ ତଳେ ରଖାଯାଇଥିବା ଆଇଡିକୁ ଜବତ କରି ନିଷ୍କ୍ରୟ କଲେ ସିଆରପିଏଫ ଯବାନ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ ବେଳେ ମାଓବାଦୀଙ୍କ ବଡଧରଣ ଯୋଜନା ପଣ୍ଡ

ପାଟଣା: ବିହାରରେ ମାଓବାଦୀଙ୍କ ଯୋଜନା ପଣ୍ଡ । ମତଦାନ ଚାଲୁଥିବାବେଳେ ବଡ ଧରଣର ଆକ୍ରମଣର ଯୋଜନା କରୁଥିଲେ ମାଓବାଦୀ । ସିଆରପିଏଫ ଯବାନଙ୍କ ପକ୍ଷରୁ ଏହି ଅଘଟଣକୁ ଏଡାଇ ଦିଆଯାଇଛି ।

ବିହାରର ଔରଙ୍ଗବାଦ ଅଞ୍ଚଳରୁ 2ଟି ଆଇଡି ଉପକରଣକୁ ସିଆରପିଏଫ ଯବାନ ଠାବ କରିଥିଲେ । ତୁରନ୍ତ ଏହି ଉପକରଣଗୁଡିକର ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି । ଏକ କଲଭର୍ଟ ତଳେ ରଖାଯାଇଥିବା ଆଇଇଡିକୁ ପୋଲିସ ଠିକ ସମୟରେ ଉଦ୍ଧାର କରିଥିଲା ​​ବୋଲି ଧିବ୍ରା ପୋଲିସ ଷ୍ଟେସନ ଦାୟିତ୍ବରେ ଥିବା ପ୍ରମୋଦ କୁମାର କହିଛନ୍ତି । ଗତକାଲି ରାତିରେ ଏହି ଅଞ୍ଚଳରୁ ମାଓବାଦୀଙ୍କ ଇନପୁଟ ମିଳିଥିଲା ।

ମଙ୍ଗଳବାର ମଧ୍ୟ ଗୟା ଜିଲ୍ଲାରୁ ଇମାମିଗଞ୍ଜ ଅଞ୍ଚଳରୁ ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା 2ଟି ଆଇଡିକୁ ଜବତ କରି ଏହାକୁ ନିଷ୍କ୍ରିୟ କରିଥିଲେ ସୁରକ୍ଷାବଳ । ଏହା ପରେ ଚାରିଆଡେ ଆଲର୍ଡ ଜାରି କରାଯାଇଥିଲା ।

ଆଜି ବିହାର ବିଧାନସଭାର ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ 7ଟାରୁ ବିହାର ଜନତା ନିଜେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । 16ଟି ଜିଲ୍ଲାର 71ଟି ମତଦାନ ଚାଲିଥିବା ବେଳେ ଅଧିକାଂଶ ମାଓପ୍ରବଣ ଅଞ୍ଚଳ ରହିଛି । ତେଣୁ କଡାସୁରକ୍ଷା ସହ ମତଦାନ ଦେବାକୁ ପୋଲିସ ଫୋର୍ସ ଓ ଯବାନ ମୁତୟନ ହୋଇଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରୁ 42, ଜନତା ଦଳ (ୟୁନାଇଟେଡ୍) ରୁ 35, ବିଜେପିରୁ 29, କଂଗ୍ରେସରୁ 21 ଏବଂ ବାମପନ୍ଥୀ ଦଳର 8 ଜଣଙ୍କ ସମେତ 1,066 ପ୍ରାର୍ଥୀଙ୍କ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

Last Updated : Oct 28, 2020, 11:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.