ETV Bharat / bharat

ଜମି ବିକି ଗରିବଙ୍କ ପେଟକୁ ଖାଦ୍ୟ ଯୋଗାଇଲେ ଦୁଇ ଭାଇ - 2 Brothers Sell Land For Rs 25 Lakh To Feed The Poor In Karnataka

ଜମି ବିକି ଗରିବଙ୍କ ପେଟକୁ ଖାଦ୍ୟ ଯୋଗାଇଲେ ଦୁଇ ଭାଇ । ଲକଡାଉନରେ ପ୍ରଭାବିତ ଗରିବ ପରିବାରକୁ ଦେଲେ ଖାଦ୍ୟ । ଅଧିକ ପଢନ୍ତୁ...

2 Brothers Sell Land For Rs 25 Lakh To Feed The  Poor In Karnataka
ଜମି ବିକି ଗରିବଙ୍କ ପେଟକୁ ଖାଦ୍ୟ ଯୋଗାଇଲେ ଦୁଇ ଭାଇ
author img

By

Published : Apr 26, 2020, 12:04 AM IST

ବେଙ୍ଗାଲୁରୁ: ସହି ପାରିଲେନି ଗରିବଙ୍କ ଦୁଃଖ । ଲକଡାଉନ ସମୟରେ ଜମି ବିକ୍ରି କରି ଗରିବଙ୍କୁ ଦେଲେ ଖାଦ୍ୟ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକ କୋଲାରରେ । ଦୁଇ ଭାଇ ନିଜ ଜମିକୁ 25 ଲକ୍ଷ ଟଙ୍କାରେ ବିକ୍ରି କରି ଲକଡାଉନରେ ପ୍ରଭାବିତ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।

ଦିନ ମଜୁରିଆ ପରିବାର ଲକଡାଉନ୍ ସମୟରେ ଯନ୍ତ୍ରଣା ଭୋଗୁଥିବା ଦେଖି ଦୁଇ ଭାଇ ତୁଜାମିଲ ପାଶା ଏବଂ ମୁଜାମିଲ ପାଶା ସାହାଯ୍ୟ ନେଇ ଚିନ୍ତା କରିଥିଲେ । ପେଶାରେ ଉଭୟ ବ୍ୟବସାୟୀ । ଗରିବଙ୍କ ସାହାଯ୍ୟ ନେଇ ସେ ଜମି ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଜମି ବିକ୍ରି ପରେ ଗରିବ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟ ଶସ୍ୟ କିଣିଛନ୍ତି ଏମାନେ । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଭାଇ 3000 ରୁ ଅଧିକ ପରିବାରକୁ ଖାଦ୍ୟ ଶସ୍ୟ, ତେଲ, ଚିନି ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହାସହ ଗରିବ ଲୋକଙ୍କୁ ହ୍ୟାଣ୍ଡ ସାନିଟାଇଜର ଏବଂ ମାସ୍କ ମଧ୍ୟ ଦେଇଛନ୍ତି ।

କୋଲାର ପ୍ରଶାସନ ସେମାନଙ୍କୁ ସ୍ୱେଚ୍ଛାସେବୀ ପାସ୍ ପ୍ରଦାନ କରିଛନ୍ତି । ଯଦ୍ବାରା ସେମାନେ ଏହି ସମୟରେ ନିର୍ନ୍ଦ୍ବନ୍ଦରରେ ଗରିବଙ୍କୁ ସାହାଯ୍ୟ କରିପାରିବେ । ଏଯାବତ୍‌ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ପାର କରିସାରିଲାଣି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.