ETV Bharat / bharat

ସ୍ବଭାବିକ ହେଉଛି କାଶ୍ମୀର ସ୍ଥିତି, ଖୋଲିଲା ସ୍କୁଲ

କଡାସୁରକ୍ଷା ମଧ୍ୟରେ ସୋମବାର ଠାରୁ କାଶ୍ମୀରରେ ଖୋଲିଲା ୧୯୦ ସ୍କୁଲ । ଏଥିପାଇଁ ସତର୍କ ରହିଛି ସେନା ।

ଡିଜାଇନ ଫଟୋ
author img

By

Published : Aug 19, 2019, 10:13 AM IST

Updated : Aug 19, 2019, 12:00 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀର ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହା ଘୋଷଣା ପରେ ସମ୍ପୂର୍ଣ୍ଣ ଜାମ୍ମୁ-କାଶ୍ମୀରରେ ୧୪୪ ଧାରା ଲାଗୁ ହୋଇଛି ଓ ଚାରିଆଡ଼େ ସୁରକ୍ଷାବଳ ମୁତୟନ ହୋଇଛନ୍ତି। ଏହା ମଧ୍ୟରେ ସାମାନ୍ୟ ହେଉଛି କାଶ୍ମୀର ସ୍ଥିତି । ସୋମବାର ଜାମ୍ମୁର 190ଟି ପ୍ରାଥମିକ ସ୍କୁଲ ପୁଣି ଥରେ ଖୋଲିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାଭାକ ମହଲରେ ଖୁସିର ବାତାବାରଣ ଖେଳିଯାଇଛି । 15 ଦିନ ସ୍କୁଲ ବନ୍ଦ ପରେ ଖୋଲିଛି ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ନିଜ ପ୍ରତିକ୍ରିୟାରେ ଖୁସି ଜାହିର କରିଛନ୍ତି ।

ଜାମ୍ମୁ- କାଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତ କଂସଲ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସୋମବାର ଶ୍ରୀନଗରର ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିଛି । ଯେଉଁ ଅଞ୍ଚଳରେ ସ୍କୁଲଗୁଡ଼ିକ ଖୋଲିବ, ଏଥିରେ ଲାସଜାନ, ସାଙ୍ଗରୀ, ପନ୍ଥଚୌକ, ନୌଗାମ, ରାଜବାଗ, ଜବାହର ନଗର, ଗଗରୀବାଲ, ଧାରା, ଥିଡ, ବାଟମାଲୁ ଏବଂ ଶାଲଟେଙ୍ଗ ଆଦି ସାମିଲ ଅଛି । 190 ସ୍କୁଲ ମଧ୍ୟରୁ 95ଟି ସ୍କୁଲ ଖୋଲିଥିବା ସୂଚନା ରହିଛି ।

ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ବନ୍ଦ ନକରିବା ପାଇଁ ଅନୁରୋଧ କରିବା ସହ ଅନେକ ଦିନ ପରେ ସ୍କୁଲ ଆସି ସାଙ୍ଗସାଥୀଙ୍କ ମିଶିଥିବାରୁ ଖୁସି ଥିବା କହିଛନ୍ତି ।

ଭିଡିଓ ସୌଜନ୍ୟ: ଏଏନଆଇ

ଧାରା ୩୭୦ ହଟାଯିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ସାରା ଅଞ୍ଚଳରେ ଯବାନ ମୁତୟନ କରାଯାଇଥିଲା। ସ୍କୁଲ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ବର୍ତ୍ତମାନ କିଛିଟା ସୁଧାର ଆସୁଥିବା ଦେଖିବାକୁ ମିଳିଛି। ଜାମ୍ମୁର ବିଭିନ୍ନ ଅଞ୍ଚଳରେ ସ୍କୁଲ ଖୋଲିଛି ଏବଂ ପିଲାମାନେ ବହିବସ୍ତାନୀ ଧରି, ସ୍କୁଲ ବସ୍‌ରେ ପାଠ ପଢ଼ିବାକୁ ସ୍କୁଲ ଆସିଛନ୍ତି।

ବର୍ତ୍ତମାନ ସୁଦ୍ଧା 5ଟି ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି । ଜାମ୍ମୁ, ସାମ୍ବା, କାଠୁଆ, ରିୟାସି ଓ ଉଦ୍ଧମପୁରରେ 2 -ଜି ସେବା ବନ୍ଦ କରାଯାଇଛି । ଜାମ୍ମୁ -କାଶ୍ମୀରରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ସ୍ଥିତି। ସବୁ ସ୍ଥାନରେ ସୁରକ୍ଷାକର୍ମୀ ସ୍ଥିତି ଉପରେ ନଜର ରଖିଛନ୍ତି। କିଛି ସ୍ଥାନରେ ଦୋକାନ ବଜାର ଖୋଲା ରହିବା ସହ ଯାନବାହାନ କାଁ ଭାଁ ଚାଲୁଛି।

Intro:Body:

sb

Conclusion:
Last Updated : Aug 19, 2019, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.