ଜୟପୁର: ପିଏମଟି ଛାତ୍ରଙ୍କ ଆତ୍ମହତ୍ୟା । ଲକଡାଉନ ମଧ୍ୟରେ ରାଜସ୍ଥାନର ଚୁରୁ ଜିଲ୍ଲାରେ ଜଣ ପିଏମଟି ଛାତ୍ର ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି ।
ପୋଲିସ ସୂଚନା ଅନୁୟାୟୀ, ୱାର୍ଡ ନଂ 24ର ନିବାସୀ 19 ବର୍ଷୀୟ ଚର୍ଚ୍ଚିତ ଜାଙ୍ଗଡି ସିକରରେ ମେଡିକାଲ ପାଇଁ ପଢୁଥିଲେ । 21 ମାର୍ଚ୍ଚ ପରଠାରୁ ସେ ଘରେ ରହି ପଢାପଢି କରୁଥିଲେ । ଏହି କାରଣରୁ ସେ ଅଧିକାଂଶ ସମୟ ଡିପ୍ରେସନରେ ରହୁଥିଲେ ଏବଂ ସବୁବେଳେ ନିଜ ରୁମ ଭିତରେ ରହୁଥିଲେ ।
ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ପରିବାର ଲୋକ ଟିଭି ଦେଖିସାରି ଚର୍ଚ୍ଚିତଙ୍କ ରୁମକୁ ଯାଇଥିଲେ ସେତେବେଳ ସେମାନେ ଚର୍ଚ୍ଚିତଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ଏହାପରେ ପରିବାର ଲୋକ ତାଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ପୋଲିସକୁ କୌଣସି ସୁଇସାଇଡ ନୋଟ ମିଳିନଥିବା ବେଳେ ଡିପ୍ରେସନ କାରଣରୁ ଚର୍ଚ୍ଚିତ ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି ।