ଭୋପାଳ: ମହାମାରୀ କୋରୋନା କବଜାରେ ମଧ୍ୟପ୍ରଦେଶ । ଲକଡାଉନ ସତ୍ତ୍ବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଇନ୍ଦୋରରେ ଆଉ 19ଟି ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯାହାଦ୍ବାରା ରାଜ୍ୟରେ ବର୍ତ୍ତମାନ ମୋଟ 63 ଜଣ ଆକ୍ରାନ୍ତ ହୋଇଛନ୍ତି । ଅଧିକାଂଶ ନୂତନ ମାମଲା ସଂକ୍ରମିତ ଲୋକଙ୍କ ସମ୍ପର୍କରେ ଆସିଥିବାରୁ ହୋଇଥିବା ଜଣପଡିଛି ।
ତେବେ ଇନ୍ଦୋରରେ 600 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସା ସ୍ୱାସ୍ଥ୍ୟ ଅଧିକାରୀ ଡ ପ୍ରବୀଣ ଜାଦିଆ । ଏହାକୁ ନେଇ ରାଜ୍ୟରେ ସରକାରଙ୍କ ପକ୍ଷରୁ ଲକଡାଉନ ବ୍ୟବସ୍ଥାକୁ କଠୋର କରାଯାଇଛି ।