ETV Bharat / bharat

ରାଜସ୍ଥାନ ରାଜନୀତି: ଅଶୋକଙ୍କ କ୍ୟାମ୍ପରେ ନାହାଁନ୍ତି 19 ଦଳୀୟ ବିଧାୟକ - ରାଜସ୍ଥାନ ରାଜନୀତି

ରାଜସ୍ଥାନରେ ଜାରି ରହିଥିବା କ୍ଷମତା ଲଢେଇ ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାମ୍ପରେ ନାହାଁନ୍ତି 19 ଦଳୀୟ ବିଧାୟକ । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି: ଅଶୋକଙ୍କ କ୍ୟାମ୍ପରେ ନାହାଁନ୍ତି 19 ଦଳୀୟ ବିଧାୟକ

author img

By

Published : Jul 14, 2020, 12:16 PM IST

ଜୟପୁର: ରାଜସ୍ଥାନରେ ଜାରି ରହିଥିବା କ୍ଷମତା ଲଢେଇ ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାମ୍ପରେ ନାହାଁନ୍ତି 19 ଦଳୀୟ ବିଧାୟକ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ଲାଗି ରହିଥିବା ରାଜସ୍ଥାନ ସିଂହାସନର ଯୁଦ୍ଧରେ ସଚିନଙ୍କୁ ମିଶାଇ 19 ଜଣ ବିଧାୟକ ଅଶୋକଙ୍କ କ୍ୟାମ୍ପରେ ସାମିଲ ନଥିବା ସୂଚନା ମିଳିଛି ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳର ବୈଠକ ପରେ ସମସ୍ତ ବିଧାୟକ ଏକ ହୋଟେଲରେ ରହିଥିବାବେଳେ ଏଥିରେ 19 ବିଧାୟକ ନଥିବା ସୂଚନା ମିଳିଛି । ଏମାନେ ସଚିନଙ୍କ ସହିତ ରହିଥିବା କୁହାଯାଉଛି ।

ଜାଣନ୍ତୁ କିଏ ସେହି ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପରେ ନଥିବା 19 ବିଧାୟକ

  1. ସଚିନ ପାଇଲଟ
  2. ମୁରାରୀ ଲାଲ ମୀନା
  3. ଜିଆର ଖଟାନା
  4. ଇନ୍ଦ୍ରାଜ ଗୁର୍ଜର
  5. ଗଜେନ୍ଦ୍ର ସିଂ ଶେଖାୱତ
  6. ହରିଶ ମୀନା
  7. ଦିପେନ୍ଦ୍ର ସିଂ ଶେଖାୱତ
  8. ଭୱର ଲାଲ ଶର୍ମା
  9. ଗଜରାଜ ଖଟାନା
  10. ବିଜେନ୍ଦ୍ର ଓଲା
  11. ହେମାରାମ ଚୌଧୁରୀ
  12. ପି ଆର ମୀନା
  13. ରମେଶ ମୀନା
  14. ବିଶ୍ବଭେନ୍ଦ୍ର ସିଂହ
  15. ମୁକେଶ ଭାକର
  16. ସୁରେଶ ମୋଦି
  17. ଅମର ସିଂ
  18. ବେଦ ସୌଲଙ୍କି
  19. ରାକେଶ ପାରିକ

ଏମାନଙ୍କ ବାଦ 3 ସ୍ବାଧୀନ ବିଧାୟକ ମଧ୍ୟ ସରକାରଙ୍କ ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସୁରେଶ ଟାଙ୍କ, ସୁଖବୀର ସିଂହ ଜୋଜାବର ଓ ଓମପ୍ରକାଶ ହୁଡଲା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପରେ ସାମିଲ ନାହାଁନ୍ତି । ଅନ୍ୟପଟେ ଆଜି ପୁଣି କଂଗ୍ରେସ ବିଧାୟକ ଦଳ ବୈଠକ ବସୁଛି । ଯେଉଁଥିରେ ଏମାନେ ସାମିଲ ନହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଥାଉକି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଜାରି ରହିଛି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ନିଜ ସମର୍ଥକ ବିଧାୟକଙ୍କ ସହ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ସେ ପ୍ରଥମେ କଂଗ୍ରେସ ନେତୃତ୍ବଙ୍କ ସହ ଆଲୋଚନା କରିଥିବାବେଳେ ଏବେ ବିଜେପି ନେତୃତ୍ବଙ୍କ ସହିତ ଆଲୋଚନା କରୁଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କର ବିଜେପି ଯିବାର କୌଣସି ଯୋଜନା ନଥିବା ସଚିନଙ୍କ ନିକଟତମ ବିଧାୟକ ସୂଚନା ଦେଇଛନ୍ତି ।

ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.