ଥିରୁଅନନ୍ତପୁରମ: କେରଳର ଏର୍ଣ୍ଣାକୁଲମର ଏକ ମନ୍ଦିରର ଆତସବାଜି ସମୟରେ ଅଗ୍ନିକାଣ୍ଡ ଘଟି 17 ଜଣ ଆହତ ହୋଇଥିବା ଖବର ମିଳିଛି। ମନ୍ଦିରରେ ଥାଲାପୋଲି ଉତ୍ସବ ପାଳନ ସମୟରେ ଆତସବାଜି ଲଗାଯାଇଥିଲା । ହଠାତ ଅଗ୍ନିକାଣ୍ଡ ଘଟି 17 ଜଣ ଆହତ ହୋଇଥିଲେ। ଏଥିରେ ମହିଳା ଓ କିଛି ଶିଶୁ ରହିଛନ୍ତି ।
ସୂଚନା ଅନୁସାରେ ନାଦକବୁ ଭଗବତୀ ମନ୍ଦିର ଥାଲାପୋଲି ଉତ୍ସବ ସମୟରେ ଆତସବାଜି ହେଇଥିଲା । ଏହି ସମୟରେ ହୋଇଥିବା ଦୁର୍ଘଟଣାରେ 17 ଜଣ ଆହତ ହୋଇଥିଲେ। ଆହତମାନେ ଏର୍ଣ୍ଣାକୁଲମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଆହତଙ୍କୁ କାଲାମସରୀ ମେଡିକାଲ କଲେଜ ଓ ଥ୍ରିପୁନିଥିରା ବିକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ମନ୍ଦିର ଭିତରେ ଆତସବାଜି ପାଇଁ ଅନୁମତି ମିଳିନଥିଲା। ତେଣୁ କାହାର ଅନୁମତିରେ ଏହି ଆତସବାଜି ହୋଇଥିଲା ସେନେଇ ପୋଲିସ ତଦନ୍ତ କରୁଛି।