ETV Bharat / bharat

ମାସକରେ ପାକିସ୍ତାନରୁ ଭାରତ ଆସିଲେଣି 160 ହିନ୍ଦୁ ପରିବାର

author img

By

Published : Feb 17, 2020, 9:30 PM IST

ପାକିସ୍ତାନରେ ଧାର୍ମିକ ଉତ୍ପୀଡନ ଦିନକୁ ଦିନ ବଢିବାରେ ଲାଗିଛି । ଗତ 20 ଦିନ ମଧ୍ୟରେ ପାକିସ୍ତାନରୁ ପ୍ରାୟ 160 ହିନ୍ଦୁ ପରିବାର ଭାରତ ଆସିଥିବା ଜଣାପଡିଛି । ବର୍ତ୍ତମାନ ଏହି ସମସ୍ତ ପରିବାର ଭାରତରେ ନାଗରିକତା ପାଇଁ ସରକାରଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

160 hindu families enter in india from pak
ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନରେ ଧାର୍ମିକ ଉତ୍ପୀଡନ ଦିନକୁ ଦିନ ବଢିବାରେ ଲାଗିଛି । ଗତ 20 ଦିନ ମଧ୍ୟରେ ପାକିସ୍ତାନରୁ ପ୍ରାୟ 160 ହିନ୍ଦୁ ପରିବାର ଭାରତ ଆସିଥିବା ଜଣାପଡିଛି । ବର୍ତ୍ତମାନ ଏହି ସମସ୍ତ ପରିବାର ଭାରତରେ ନାଗରିକତା ପାଇଁ ସରକାରଙ୍କୁ ଅପିଲ କରିଛନ୍ତି । ଦିଲ୍ଲୀର ଟିଲା ଅଞ୍ଚଳ ସ୍ଥିତ ଗୁରୁଦ୍ବାର ଓ ଆଖପାଖ ଅଞ୍ଚଳରେ ଏହି ଶରଣାର୍ଥୀ ରହୁଛନ୍ତି । ସେମାନେ ବର୍ତ୍ତମାନ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିବା ପାଇଁ ଦାବି କରିଛନ୍ତି ।

ଦିଲ୍ଲୀ ଶିଖ୍ ଗୁରୁଦ୍ବାରା ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ମଞ୍ଜିନ୍ଦର ସିଂହ ସିରସାଙ୍କ କହିବାନୁସାର, ପାକିସ୍ତାନରୁ ହିନ୍ଦୁ ଶରଣାର୍ଥୀଙ୍କ ଭାରତ ଆସିବା ଜାରି ରହିଛି । ଗତ କିଛି ଦିନ ତଳେ 10 ପରିବାର ଦିଲ୍ଲୀ ପହଞ୍ଚିଥିଲେ । ତେଣୁ ସେମାନଙ୍କୁ ଭାରତରେ ରହିବା ପାଇଁ ଅଧିକାର ଦିଆଯାଉ ।

ମଞ୍ଜିନ୍ଦର ସିଂହ ଏହାମଧ୍ୟ କହିଛନ୍ତି କି ଭାରତ ଆସିବା ପରେ ମଧ୍ୟ ତାଙ୍କ ସମସ୍ୟା ନିବାରଣ ହେଉନାହିଁ । କାରଣ ଏଠାରେ ମଧ୍ୟ ତାଙ୍କୁ ନିଜ ପରିଚୟ ଦେବା ପାଇଁ କାଗଜପତ୍ରର ଆବଶ୍ୟକତା ରହିଛି । ସେଥିପାଇଁ ସେମାନଙ୍କ ପିଲାମାନେ ପାଠ ମଧ୍ୟ ପଢିପାରୁ ନାହାଁନ୍ତି । ତେଣୁ ଗୁରୁଦ୍ବାରାର ସ୍କୁଲରେ ଏମାନଙ୍କ ପଢିବା ପାଇଁ ପ୍ରବନ୍ଧ କରାଯିବ ବୋଲି ସେ କହିଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.