ETV Bharat / bharat

ଦେଶର 16ଟି ହଜ ହାଉସ ପାଲଟିଛି କ୍ବାରେଣ୍ଟାଇନ ସେଣ୍ଟର

କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦେଶର 16ଟି ହଜ ହାଉସକୁ କଲେ କ୍ବାରେଣ୍ଟାଇନ ସେଣ୍ଟର । ଅଧିକ ପଢନ୍ତୁ...

author img

By

Published : Apr 2, 2020, 11:26 PM IST

ଦେଶର 16ଟି ହଜ ହାଉସ ପାଲଟିଛି କ୍ବାରେଣ୍ଟାଇନ ସେଣ୍ଟର
ଦେଶର 16ଟି ହଜ ହାଉସ ପାଲଟିଛି କ୍ବାରେଣ୍ଟାଇନ ସେଣ୍ଟର

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଦେଖି ସମସ୍ତ ରାଜ୍ୟରେ କୋରୋନା ପାଇଁ ସ୍ବତନ୍ତ୍ର ହସ୍ପିଟାଲ ଖୋଲିବାର ନିଷ୍ପତ୍ତି ନେଇଛନ୍ତି ସରକାର । ସେହିପରି ବିଭିନ୍ନ ଜାଗାରେ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର ମଧ୍ୟ ଖୋଲାଯାଇଛି । ଭାରତୀୟ ରେଳବାଇ ମଧ୍ୟ ନିଜର କେତେକ ବଗିକୁ ସ୍ବତନ୍ତ୍ର ଆଇସୋଲେସନ ସେଣ୍ଟର ଭାବେ ତିଆରି କରିଛି ।

ଇତିମଧ୍ୟରେ କେନ୍ଦ୍ର ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦେଶର 16ଟି ହଜ ହାଉସକୁ କ୍ବାରେଣ୍ଟାଇନ ସେଣ୍ଟର କରାଯାଇଛି । ଏନେଇ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସରକାର ଆଲୋଚନା କରିଛନ୍ତି । ଏ ସମସ୍ତ ହଜ ହାଉସକୁ କ୍ବାରେଣ୍ଟାଇନ ସେଣ୍ଟରରେ ପରିବର୍ତ୍ତନ କରାଯାଇ ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ହଜ ହାଉସଗୁଡିକରେ ଅସ୍ଥାୟୀ ଭାବେ ସମସ୍ତ ଡାକ୍ତରୀ ସୁବିଧା ଯୋଗାଯାଉଛି । କ୍ବାରେଣ୍ଟାଇନରେ ରଖିବାର ସମସ୍ତ ବନ୍ଦୋବସ୍ତ କରାଯାଇଛି । ଚିକିତ୍ସା ପାଇଁ ଯିବାକୁ ଥିବା ଡାକ୍ତର ଓ ନର୍ସ ପ୍ରତିଷେଧକ ବ୍ୟବସ୍ଥା ନେଉଛନ୍ତି । ଏଥିପାଇଁ ହଜ ହାଉସଗୁଡିକୁ ଖାଲି କରାଯାଇ ସେଠାକାର ଲୋକଙ୍କୁ ଅନ୍ୟତ୍ର ରଖିବାର ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍‌ତାର ଅବ୍ବାସ ନଖଭି ସୂଚନା ଦେଇଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.