କ୍ରିଷ୍ଣା: ବେଙ୍ଗାଲୁରୁରୁ ଆନ୍ଧ୍ରପ୍ରଦେଶର ଫେରିଛନ୍ତି 158 ଯାତ୍ରୀ । ବୁଧବାର ସକାଳୁ ଗନ୍ନଭରମ୍ ଏୟାରପୋର୍ଟରେ ଏମାନେ ପହଞ୍ଚିଛନ୍ତି । ତେବେ ଚେକ୍ ପରେ ଏମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟର ପଠାଇଛନ୍ତି ଏୟାରପୋର୍ଟ କର୍ତ୍ତୃପକ୍ଷ ।
ସ୍ପାଇସଜେଟ୍ ବିମାନରେ 80 ଏବଂ ଇଣ୍ଡିଗୋରେ 78 ଯାତ୍ରୀ ବେଙ୍ଗାଲୁରୁରୁ ଫେରିଥିଲେ । ବିଜୟୱାଡା ନିକଟସ୍ଥ ଗନ୍ନଭରମ ଏୟାରପୋର୍ଟରେ ଏମାନେ ପହଞ୍ଚିଥିଲେ । ଏହାପରେ ସେମାନଙ୍କର ଏକ ସ୍ବତନ୍ତ୍ର ଚେକ୍ ଅପ ହୋଇଥିଲା । ପରୀକ୍ଷା ପରେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରକୁ ପଠାଯାଇଥିଲା । ସେମାନଙ୍କ ଟେଷ୍ଟ ରିପୋର୍ଟ ଆଧାରରେ ସେମାନଙ୍କୁ ଘରକୁ ପଠାଯିବ ବୋଲି ସୂଚନା ମିଳିଛି । ଏହି କାମ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ରାଜସ୍ବ ବିଭାଗ ଓ ଆରଟିସି ଅଧିକାରୀ ସାହାଯ୍ୟ କରୁଛନ୍ତି ।
ଆନ୍ଧ୍ରପ୍ରଦେଶରେ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ଲୋକେ ଫେରିବା ଆରମ୍ଭ କରିଛନ୍ତି । ମେ 25ରୁ ଦେଶବ୍ୟାପୀ ବିମାନ ଚଳାଚଳ ଆରମ୍ଭ ହୋଇଛି ।