ETV Bharat / bharat

ବୁଧବାର ସୁଦ୍ଧା ଦେଶରେ ସରିଛି 1,50,75,369 କୋରୋନା ଟେଷ୍ଟ: ICMR - Indian Council of Medical Research

ଦେଶରେ ଦେଢକୋଟି ପାର କଲା କୋରୋନା ସାମ୍ପଲ ଟେଷ୍ଟ । ଯେତେ ସମ୍ଭବ ସଂକ୍ରମିତଙ୍କୁ ଚିହ୍ନଟ କରି କୋରୋନା ବ୍ୟାପିବାକୁ କମ କରିବା ଆଇସିଏମଆର ର ଲକ୍ଷ୍ୟ । ଅଧିକ ପଢନ୍ତୁ...

ବୁଧବାର ସୁଦ୍ଧା ଦେଶରେ ସରିଛି 1,50,75,369ଟି କୋରୋନା ଟେଷ୍ଟ: ICMR

author img

By

Published : Jul 23, 2020, 11:24 AM IST

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକ ଦିନ ଅହେତୁକ ଭାବେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଯାହାକୁ ନେଇ ବୁଧବାର 12 ପାର କରିଛି ଏହି ସଂଖ୍ୟା । ଆଉ ଗୋଟିଏ ଦିନରେ 45 ହଜାର ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଛି ତେବେ ଏତେ ମାତ୍ରାରେ ସଂକ୍ରମଣ ରିପୋର୍ଟ ଦେଖିଲେ ଲାଗୁଛି ଯେପରି, ଆଉ କିଛି ଦିନ ପରେ ଆମେରିକା ଠୁ ଟପିଯିବ ଭାରତ ।

ସେହିପରି ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କୋଭିଡ ସାମ୍ପଲ ଟେଷ୍ଟକୁ ବୃଦ୍ଧି କରିଛି । ଯାହାକୁ ନେଇ ପୂର୍ବ ଅପେକ୍ଷା ବର୍ତ୍ତମାନ ପ୍ରତ୍ୟେକ ଦିନ 3 ଲକ୍ଷରୁ ଉର୍ଦ୍ଧ୍ବ ସାମ୍ପଲ ଟେଷ୍ଟ କରାଯାଉଥିବାବେଳେ, ଗତ 24 ଘଣ୍ଟାରେ 3 ଲକ୍ଷ 50 ହଜାର 823ଟି କୋଭିଡ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ ବୁଧବାର ସୁଦ୍ଧା ଦେଶରେ 1 କୋଟି 50 ଲକ୍ଷ 75 ହଜାର 369ଟି କୋଭିଡ ଟେଷ୍ଟ ସରିଛି ।

ଅନ୍ୟପଟେ ଭାରତରେ 12 ଲକ୍ଷ 38 ହଜାର 635 ପାର କରିଛି କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ 29 ହଜାର 861ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 7 ଲକ୍ଷ 82 ହଜାର 606 ଜଣ ସୁସ୍ଥ ହୋଇଛନ୍ତି, ବର୍ତ୍ତମାନ 4 ଲକ୍ଷ 26 ହଜାର 167ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.