ETV Bharat / bharat

15 ଜୁନ୍‌ 2020: ପ୍ରୋଟୋକଲ ଏବଂ ବିଶ୍ବାସ ଗଠନ ପ୍ରକ୍ରିୟା ପାଇଁ ମରଣ ଘଣ୍ଟି

author img

By

Published : Jun 22, 2020, 4:18 PM IST

2020 ଜୁନ୍‌ 15/16ର ସେହି କାଳରାତ୍ରୀରେ, ପବନର ତୀବ୍ର ପ୍ରବାହ ସାଙ୍ଗକୁ ବରଫ ସଦୃଶ ଶୀତଳ ଗଲୱାନ ଉପତ୍ୟକାରେ, ଭୀରତ ଓ ଚୀନ ମଧ୍ୟରେ 1988 ମସିହାରୁ ସ୍ଥାପିତ ବିଶ୍ବାସ ଗଠନ ପ୍ରକ୍ରିୟା(CBM) ଶୀର୍ଷକ ଉପାଖ୍ୟାନର ଅନ୍ତ ଘଟିଲା । ଗୋଟିଏ ଦଶନ୍ଧିରୁ ଅଧିକ କାଳ ଧରି ଏହି ଦିନଟି ହିଁ ଦୂର ଦିଗ୍‌ବଳୟରେ ଦୃଶ୍ୟମାନ ହେଉଥିଲା । ପ୍ରକୃତରେ, ବାସ୍ତବ ନିୟନ୍ତ୍ରଣ ରେଖା (LAC)ର ପରିଚାଳନା ବ୍ୟବସ୍ଥା ନିର୍ଦ୍ଧାରଣ ପାଇଁ ରଚିତ ଆଚରଣ ପ୍ରଥା ବା ପ୍ରୋଟୋକଲ ଏବଂ ବିଶ୍ବାସ ଗଠନ ପ୍ରକ୍ରିୟା ହେଉଛି 1993, 1996, 2005 ଏବଂ 2013ରେ ସଂପାଦିତ ଚାରିଟି ଔପଚାରିକ ରାଜିନାମା ।

ପ୍ରୋଟୋକଲ ଏବଂ ବିଶ୍ବାସ ଗଠନ ପ୍ରକ୍ରିୟା ପାଇଁ ମରଣ ଘଣ୍ଟି

2020 ଜୁନ୍‌ 15/16ର ସେହି କାଳରାତ୍ରୀରେ, ପବନର ତୀବ୍ର ପ୍ରବାହ ସାଙ୍ଗକୁ ବରଫ ସଦୃଶ ଶୀତଳ ଗଲୱାନ ଉପତ୍ୟକାରେ, ଭୀରତ ଓ ଚୀନ ମଧ୍ୟରେ 1988 ମସିହାରୁ ସ୍ଥାପିତ ବିଶ୍ବାସ ଗଠନ ପ୍ରକ୍ରିୟା(CBM) ଶୀର୍ଷକ ଉପାଖ୍ୟାନର ଅନ୍ତ ଘଟିଲା । ଗୋଟିଏ ଦଶନ୍ଧିରୁ ଅଧିକ କାଳ ଧରି ଏହି ଦିନଟି ହିଁ ଦୂର ଦିଗ୍‌ବଳୟରେ ଦୃଶ୍ୟମାନ ହେଉଥିଲା । ପ୍ରକୃତରେ, ବାସ୍ତବ ନିୟନ୍ତ୍ରଣ ରେଖା (LAC)ର ପରିଚାଳନା ବ୍ୟବସ୍ଥା ନିର୍ଦ୍ଧାରଣ ପାଇଁ ରଚିତ ଆଚରଣ ପ୍ରଥା ବା ପ୍ରୋଟୋକଲ ଏବଂ ବିଶ୍ବାସ ଗଠନ ପ୍ରକ୍ରିୟା ହେଉଛି 1993, 1996, 2005 ଏବଂ 2013ରେ ସଂପାଦିତ ଚାରିଟି ଔପଚାରିକ ରାଜିନାମା । ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସକାଶେ 1993ରେ ସଂପାଦିତ ରାଜିନାମାରେ ଉଲ୍ଲେଖ ରହିଛି ଯେ, ଉଭୟ ପକ୍ଷ କୌଣସି ପ୍ରକାର ବଳପ୍ରୟୋଗ କରିବେ ନାହିଁ କିମ୍ବା ବଳପ୍ରୟୋଗ ପାଇଁ ଧମକ ଦେବେନାହିଁ ଏବଂ ବାସ୍ତବ ନିୟନ୍ତ୍ରଣ ରେଖାକୁ ମାନିବେ । 1996ର ରାଜିନାମାରେ ମଧ୍ୟ ବିଶ୍ବାସ ଗଠନ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇଛି ଏବଂ ଏହା ଏକ ଯୁଦ୍ଧାବସାନ ଚୁକ୍ତି ସଦୃଶ, ଯେଉଁଥିରେ କି, କୌଣସି ପକ୍ଷ ଅନ୍ୟ ପକ୍ଷ ବିରୋଧରେ ନିଜର ସାମରିକ ସାମର୍ଥ୍ୟ ଉପଯୋଗ କରିବେ ନାହିଁ ବୋଲି ଉଲ୍ଲେଖ କରାଯାଇଛି । ବାସ୍ତବ ନିୟନ୍ତ୍ରଣ ରେଖାରୁ ଦୁଇ କିଲୋମିଟର ଭିତରେ ବିପଜ୍ଜନକ ରାସାୟନିକ ଦ୍ରବ୍ୟ ବ୍ୟବହାର, ବିସ୍ଫୋରଣ ଅଭିଯାନ କିମ୍ବା ବନ୍ଧୁକ ଓ ବିସ୍ଫୋରକ ବ୍ୟବହାର କରି ଶିକାର କରିବା ଉପରେ ଏଥିରେ ପ୍ରତିବନ୍ଧକ ମଧ୍ୟ ଜାରି କରାଯାଇଛି । 2005ରେ ପ୍ରଣୀତ ପ୍ରୋଟୋକଲରେ ଦର୍ଶାଯାଇଛି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ଚିହ୍ନଟ କ୍ଷେତ୍ରରେ ମତଭେଦ କାରଣରୁ କିମ୍ବା ଅନ୍ୟ କୌଣସି କାରଣରୁ, ଯଦି ସୀମାରେ ନିୟୋଜିତ ଉଭୟ ପକ୍ଷର ସେନା ମୁହାଁମୁହିଁ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଆତ୍ମସଂଯମ ଅବଲମ୍ବନ କରିବେ ଏବଂ ଅଧିକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଏଡ଼ାଇ ଯିବା ଦିଗରେ ଆବଶ୍ୟକ ସମସ୍ତ ପଦକ୍ଷେପ ନେବେ । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଉଭୟ ଦେଶର ସୈନ୍ୟମାନେ ମୁହାଁମୁହିଁ ହେଲେ, ସେମାନେ ସେ ଅଞ୍ଚଳରେ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିଦେବେ, ଆଉ ଆଗକୁ ଆଗେଇବେ ନାହିଁ ଏବଂ ସମକାଳୀନ ଭାବରେ ନିଜ ନିଜର ମୂଳ ଶିବିରକୁ ଫେରିଯିବେ । ମୁହାଁମୁହିଁ ସ୍ଥିତି ସମୟରେ କୌଣସି ପକ୍ଷ, ଅନ୍ୟ ପକ୍ଷ ବିରୋଧରେ ବଳପ୍ରୟୋଗ କରିବେ ନାହିଁ କି ବଳପ୍ରୟୋଗର ଚେତାବନୀ ଦେବେନାହିଁ ଏବଂ ପରସ୍ପର ପ୍ରତି ଭଦ୍ର ଆଚରଣ କରିବେ ଏବଂ ଉସୁକାଇବା ଉଦ୍ଦେଶ୍ୟରେ କୌଣସି ପ୍ରକାର କାର୍ଯ୍ୟରୁ ନିବୃତ୍ତ ରହିବେ ।

2013ରେ ସଂପାଦିତ ଭାରତ-ଚୀନ ସୀମା ବୁଝାମଣାରେ ଦର୍ଶାଯାଇଛି ଯେ କୌଣସି ପକ୍ଷ ଅନ୍ୟ ପକ୍ଷ ବିରୋଧରେ ସାମରିକ ସାମର୍ଥ୍ୟର ଉପଯୋଗ କରିବ ନାହିଁ, ଏବଂ ଅନ୍ୟ ପକ୍ଷକୁ ଧମକ ଦେବା କିମ୍ବା ଆକ୍ରମଣ କରିବା ନିମନ୍ତେ ସେମାନେ ନିଜ ନିଜ ସାମରିକ ଶକ୍ତିର ପ୍ରୟୋଗ କରିବେ ନାହିଁ । ବର୍ଷ ବର୍ଷ ଧରି ମୁହାଁମୁହିଁ ସ୍ଥିତିର ଅନୁଭୂତି ଯୋଗୁଁ, ଏହି ରାଜିନାମାରେ ପରେ ଆଉ ଏକ ସତର୍କତାମୂଳକ ବ୍ୟବସ୍ଥାକୁ ସାମିଲ କରାଗଲା ଯେ, ବାସ୍ତବ ନିୟନ୍ତ୍ରଣ ରେଖା ସ୍ପଷ୍ଟ ଭାବରେ ବୋଧଗମ୍ୟ ହେଉ ନଥିଲେ, କୌଣସି ପକ୍ଷ, ଅନ୍ୟ ପକ୍ଷର ପ୍ୟାଟ୍ରୋଲିଂ ଦଳର ଅନୁସରଣ ବା ଅନୁଧାବନ କରିବ ନାହିଁ । ପୁଣି ଥରେ, ସର୍ବାଧିକ ଆତ୍ମସଂଯମ ବଜାୟ ରଖିବା, ଉସୁକାଇବା ଭଳି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ଏବଂ ଉଭୟ ପକ୍ଷ ପରସ୍ପର ପ୍ରତି ଭଦ୍ର ଆଚରଣ କରିବା ଏବଂ ଗୁଳି ବିନିମୟ କିମ୍ବା ସଶସ୍ତ୍ର ସଂଘର୍ଷରୁ ବିରତ ରହିବା ଉପରେ ଜୋର ଦିଆଯାଇଥିଲା ।

1996 ଏବଂ 2005ର ବୁଝାମଣାରେ ପ୍ରୋଟୋକଲର କ୍ରିୟାଶୀଳତା ଏବଂ ପ୍ୟାଟ୍ରୋଲିଂ ଦଳର ମୁହାଁମୁହିଁ ସ୍ଥିତିରେ ନିଜ ନିଜର ମୂଳ ଶିବିରକୁ ପ୍ରତ୍ୟାବର୍ତ୍ତନ ଲାଗି ଅନୁରୋଧର ପୁନରାବୃତ୍ତି ବିଷୟ ଉଲ୍ଲିଖିତ ବ୍ୟାନର ପ୍ରଦର୍ଶନ ଅଭ୍ୟାସ, ଏବଂ ନିର୍ଦ୍ଧାରିତ ସ୍ଥାନରେ ସୀମାରେ ନିୟୋଜିତ ଅଧିକାରୀଙ୍କ ମଧ୍ୟରେ ବୈଠକ (BPM) ଆୟୋଜନ କ୍ଷେତ୍ରରେ ଏହାକୁ ଅନୁସରଣ କରିବା ଉପରେ ଜୋର ଦିଆଯାଇଥିଲା । ସତ କହିବାକୁ ଗଲେ, ଅଧିକାଂଶ ସମୟର ମୁହାଁମୁହିଁ ସ୍ଥିତିରେ ଏହି ପ୍ରକ୍ରିୟା ଗମ୍ଭୀରତାର ସହ ଅନୁସୃତ ହୋଇଛି ଏବଂ ଉଭୟ ପକ୍ଷର ସେନା ନିଜ ନିଜର ମୂଳ ଶିବିରକୁ ଫେରିଯାଇଛନ୍ତି । କାଁ ଭାଁ ଝଗଡ଼ା ଓ ମୁଥ ମରାମରି ଘଟଣା ଘଟିଥିଲେ ହେଁ ଏ ସଂପର୍କରେ ପରବର୍ତ୍ତୀ BPMରେ ଆଲୋଚନା କରାଯାଇଛି । ଏକଥା ସ୍ପଷ୍ଟ ଭାବରେ କହି ରଖିବା ଦରକାର ଯେ, ସେନା ବାହିନୀ ସବୁବେଳେ ଅସ୍ତ୍ରଶସ୍ତ୍ର ବହନ କରିଥାଆନ୍ତି ଏବଂ ଏସବୁ ସୁରକ୍ଷିତ ଢଙ୍ଗରେ ରହିଥାଏ ଏବଂ ସେନା ଦ୍ବାରା ଉପଯୁକ୍ତ ସାମରିକ ଅଭ୍ୟାସ ମଧ୍ୟ କରାଯାଏ । ଗତ ଆଠ ବର୍ଷ ମଧ୍ୟରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁ କ୍ଷେତ୍ରରେ ବିଭିନ୍ନ ପ୍ରୋଟୋକଲର ସଂପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି । ରାକି ନାଲ୍ଲା, ଚୁମାର, ପାଙ୍ଗଙ୍ଗ ସୋ, ଡେମ୍‌ଚୋକ ଏବଂ ଡୋକଲାମରେ ଏଭଳି ଘଟଣା ଘଟିଛି, ଯେଉଁଥିରେ ପ୍ରୋଟୋକଲର ପ୍ରଚଳନ ସତ୍ତ୍ବେ ଚୀନ ସେନା ପଛକୁ ଫେରିଯିବାକୁ ମନା କରିଦେଇଛନ୍ତି ଏବଂ ଦୀର୍ଘ ସମୟ ଧରି ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି । ପ୍ରଚଳିତ ଆଚରଣ ପ୍ରଥା ଯେ ଦୁର୍ବଳ ହେବାରେ ଲାଗିଛି ତାହା ଏଥିରୁ ପ୍ରମାଣିତ ହୋଇଛି ।

ନିକଟରେ ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ, ଗଲୱାନ ଉପତ୍ୟକା ଏବଂ ହଟ୍‌ସ୍ପ୍ରିଙ୍ଗ-ଗୋଗ୍ରା ଅଞ୍ଚଳରେ ସଂଘଟିତ ଘଟଣାବଳୀରୁ ପ୍ରଚଳିତ ପ୍ରୋଟୋକଲ ଏବଂ ବିଶ୍ବାସ ଗଠନ ପ୍ରକ୍ରିୟା ପ୍ରାୟତଃ ବିଫଳ ହୋଇଥିବା କଥା ସାମନାକୁ ଅସିଛି । ପ୍ରଥମେ ପାଙ୍ଗଙ୍ଗ ସୋ’ରେ ଏବଂ ଜୁନ୍‌ 15/16 ତାରିଖରେ ଗଲୱାନରେ ଚୀନ ସେନାର ସାମୂହିକ ବର୍ବରତା ଏବଂ ନିଷ୍ଠୁର ଆଚରଣର ନମୁନା ପ୍ରଦର୍ଶିତ ହୋଇଥିଲା ଏବଂ ଗଣ୍ଡଗୋଳ ଓ ହାତାହାତି ସମୟରେ ସେମାନେ ପୂର୍ବ ଅନୁସୃତ ପ୍ରଥା ଓ ପ୍ରୋଟୋକଲକୁ ସଂପୂର୍ଣ୍ଣ ରୂପେ ଏଡ଼ାଇ ଯାଇଥିଲେ ଏବଂ ଭାରତୀୟ ସୈନ୍ୟଙ୍କ ବିରୋଧରେ କଣ୍ଟା ଲାଗିଥିବା ଲାଠି, କଣ୍ଟାତାର ଲାଗିଥିବା ଲୁହାଛଡ଼ ଏବଂ ହାତରେ ଧାତୁନିର୍ମିତ ‘ନକଲ୍‌ ଡଷ୍ଟର’ ଭଳି ମଧ୍ୟଯୁଗୀୟ ଅସ୍ତ୍ର ବ୍ୟବହାର କରିଥିଲେ । ସେମାନଙ୍କ ପାଖରେ ଏହି ଆଦିମ ଯୁଗର ଅସ୍ତ୍ରଶସ୍ତ୍ର ରହିଥିବା ଘଟଣାରୁ ପ୍ରମାଣିତ ହୁଏ ଯେ, ଏହି ଆକ୍ରମଣ ପୂର୍ବ ନିୟୋଜିତ ଯୋଜନା ଅନୁସାରେ ହୋଇଥିଲା । ଚୀନ ସେନାର ଉନ୍ମତ୍ତ ହିଂସାତ୍ମକ ଆକ୍ରମଣରେ 2020 ଜୁନ 15 ତାରିଖରେ ଭାରତର 20 ଜଣ ବୀର ସୈନିକ ପ୍ରାଣବଳି ଦେଇଥିଲେ । ଏବେ ବାସ୍ତବ ନିୟନ୍ତ୍ରଣ ରେଖା ପରିଚାଳନା ପ୍ରକରଣର ସାମଗ୍ରିକ ପୁନଃ ଆକଳନର ସମୟ ଉପନୀତ । 1988ରୁ 2005 ମଧ୍ୟରେ ସଂଯୁକ୍ତ କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟରେ 15 ଥର ବୈଠକ ଏବଂ ତା ପରଠାରୁ ସ୍ବତନ୍ତ୍ର ପ୍ରତିନିଧିମାନଙ୍କ ମଧ୍ୟରେ 22 ଥର ବୈଠକ ବସିଥିବା ସତ୍ତ୍ବେ ବାସ୍ତବ ନିୟନ୍ତ୍ରଣ ରେଖା ଚିହ୍ନଟ କ୍ଷେତ୍ରରେ କୌଣସି ଅଗ୍ରଗତି ହୋଇନାହିଁ । ଏଥିରୁ ଏହା ସ୍ପଷ୍ଟ ଯେ, ଭାରତ ଉପରେ ନିଜର କର୍ତ୍ତୃତ୍ବ ଜାହିର କରିବା ଅଭିପ୍ରାୟ ନେଇ ଚୀନ ଏହି ପ୍ରସଙ୍ଗରେ ଆଗେଇବାକୁ ଚାହୁଁନାହିଁ । ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନର ଆଚରଣ ଆଦୌ ଭରସାଯୋଗ୍ୟ ନୁହେଁ । ସେମାନେ ଧୀରେ ଧୀରେ ଭାରତ ସୀମା ଭିତରେ ପ୍ରବେଶ ଲାଗି ଉଦ୍ୟମ କରିଛନ୍ତି ଏବଂ ଅତିରିକ୍ତ ଅଞ୍ଚଳ ଅକ୍ତିଆର କରିବା ପରେ ସେଠାରୁ ଫେରିଯିବା ଲାଗି ମନା କରିଦେଇଛନ୍ତି । ଏଭଳି କରିବା ସମୟରେ ସେମାନେ ବଳପ୍ରୟୋଗ କରିବାରେ ବି ଦ୍ବିଧା ପ୍ରକାଶ କରନ୍ତି ନାହିଁ । ତେଣୁ, ଆଗକୁ ଚୀନ ସଂପର୍କରେ ବିଶ୍ବସନୀୟତାର ଅଭାବ ମଧ୍ୟ ଉପୁଜିବ ।

ଏକଥା ସ୍ବୀକାର କରିବାକୁ ପଡ଼ିବ ଯେ, କୌଣସି ସମ୍ଭାବ୍ୟ ଆକ୍ରମଣରୁ ଆତ୍ମରକ୍ଷା ଏବଂ ନିଜ ଶିବିରର ପ୍ରତିରକ୍ଷା ଲାଗି ସୈନ୍ୟମାନଙ୍କର ଅଧିକାର ରହିଛି । ଏହାକୁ ବ୍ୟକ୍ତିର କିମ୍ବା ଶିବିରର ଆତ୍ମରକ୍ଷା ଅଧିକାର କୁହାଯାଏ ଏବଂ ଏହା ବଳରେ ବଳପ୍ରୟୋଗ ସଂପର୍କିତ ସମସ୍ତ କଟକଣାକୁ ଏଡ଼ାଇ ଯାଇ କୌଣସି ଅବ୍ୟବହିତ ଆକ୍ରମଣ ଆଶଙ୍କାରୁ ସୈନ୍ୟମାନେ ନିଜର ସୁରକ୍ଷା କରିପାରିବେ । ଚୀନ ସେନାର ଏକପାଖିଆ ଆକ୍ରମଣ ପ୍ରବୃତ୍ତିକୁ ଆଖିରେ ରଖି ପ୍ରଚଳିତ ନୀତି ଓ ବ୍ୟବସ୍ଥାରେ ପରିବର୍ତ୍ତନ ପୂର୍ବକ ଏହାକୁ ଭାରତୀୟ ସେନା ସପକ୍ଷରେ କରିବା ଆବଶ୍ୟକ ଏବଂ ଯୁଦ୍ଧକାଳୀନ ସ୍ଥିତିରେ ସୁରକ୍ଷା ଉପଯୋଗୀ ଢଙ୍ଗରେ ସେନା ମୁତୟନ, ନିଜକୁ ଏବଂ ନିଜ ଶିବିରର ସୁରକ୍ଷା ଲାଗି ସୈନିକଙ୍କ ଦ୍ବାରା ଗୁଳିଗୋଳା ବ୍ୟବହାରକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚୀନ ସେନା ଭଳି ଭାରତୀୟ ସୈନିକମାନେ ମଧ୍ୟଯୁଗୀୟ ଅସ୍ତ୍ରଶସ୍ତ୍ର ବ୍ୟବହାର ଭଳି ନିମ୍ନସ୍ତରକୁ ଯିବେ ନାହିଁ, କାରଣ, ଏହା ସେମାନଙ୍କର ଅଭ୍ୟାସ ନୁହେଁ କି ସେମାନେ ଏ ଧରଣର ତାଲିମ ନେଇନାହାନ୍ତି । ରାଷ୍ଟ୍ର ପାଇଁ ସେନାର ପ୍ରତିଟି ଯବାନଙ୍କ ଜୀବନ ମୂଲ୍ୟବାନ । କୂଟନୈତିକ ପ୍ରୋଟୋକଲ ଏବଂ ବିଶ୍ବାସ ଗଠନ ପ୍ରକ୍ରିୟା ନାମକ ରଜ୍ଜୁରେ ସେନାର ହାତ ବାନ୍ଧି ଦେଇ ଏ ଦେଶ ସେମାନଙ୍କୁ ସୀମାର ସୁରକ୍ଷା ପାଇଁ କିମ୍ବା ପ୍ରତିରକ୍ଷା ପାଇଁ ପଠାଇବ ନାହିଁ । ପ୍ରୋଟୋକଲ ଓ ଅନ୍ୟାନ୍ୟ ପ୍ରଚଳିତ ବ୍ୟବସ୍ଥାକୁ ନେଇ ପୁଣି ବୁଝାମଣା ହୋଇପାରେ । ଯେତେ ଶୀଘ୍ର ସମ୍ଭବ ସୀମା ପରିଚାଳନା ସଂକ୍ରାନ୍ତରେ ନୂତନ ନିୟମାବଳୀ ପ୍ରଚଳନ ନିତାନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.