ETV Bharat / bharat

ଦେଶରେ ବନ୍ୟା ବିତ୍ପାତ, ମୃତ୍ୟୁ ସଂଖ୍ୟା 148କୁ ବୃଦ୍ଧି

ବର୍ଷା ଜନିତ କାରଣରୁ ଦେଶରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 148କୁ ପହଞ୍ଚିଛି । ଗତ 5 ଦିନ ମଧ୍ୟରେ କେବଳ ଉତ୍ତର ପ୍ରଦେଶରେ 111 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିହାରରେ 28 ଜଣଙ୍କର ପ୍ରାଣହାନୀ ଘଟିଛି ।

ଫାଇଲ ଫଟୋ
author img

By

Published : Oct 1, 2019, 9:19 AM IST

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶ ଏବଂ ବିହାରର ସ୍ଥିତି ଅଣାୟତ୍ତ ହୋଇଛି । ଉଭୟ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ସେହିପରି ବର୍ଷା ଜନିତ କାରଣରୁ ଦେଶରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା 148 କୁ ପହଞ୍ଚିଛି । ଗତ 5 ଦିନ ମଧ୍ୟରେ କେବଳ ଉତ୍ତର ପ୍ରଦେଶରେ 111 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବିହାରରେ 28 ଜଣଙ୍କର ପ୍ରାଣହାନୀ ଘଟିଛି ।

ଫଟୋ ସୌଜନ୍ୟ: ଏଏନଆଇ

ତେବେ ଉତ୍ତର ପ୍ରଦେଶ ଏବଂ ବିହାରକୁ ବାଦ ଦେଲେ ଝାଡଖଣ୍ଡରର ଦୁମକାରେ ପ୍ରବଳ ବର୍ଷା ଯୋଗୁଁ ଏକ ଘରର କାନ୍ଥ ଭୁଶୁଡିବା ଫଳରେ 3 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବର୍ଷା ଜନିତ ବିଭିନ୍ନ କାରଣ ପାଇଁ 13 ଜଣଙ୍କର ମୃତ୍ୟୁ ଘଟିଛି ।

ବିହାରର ରାଜଧାନୀ ପାଟନାର ଅବସ୍ଥା ସବୁଠାରୁ ସାଙ୍ଘାତିକ ହୋଇଥିବା ବେଳେ ଏଠାରେ ଆହୁରି ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ପାଟନାରେ ଗତ 4 ଦିନରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ସମଗ୍ର ସହର ଏବେ ଜଳମଗ୍ନ ହୋଇଛି । ସାଧାରଣ ଜନଜୀବନଠାରୁ ଆରମ୍ଭ କରି ନେତାମନ୍ତ୍ରୀ ସମସ୍ତେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଖୋଦ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଏବଂ ତାଙ୍କ ପରିବାର ବନ୍ୟା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ସେପଟେ ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ସହର ଗୁଡିକ ଜଳମଗ୍ନ ହୋଇଛି । ରାଜ୍ୟର ବାଲିୟା ଜେଲରେ ବର୍ଷା ଜଳ ପଶିଯାଇଛି । ଫଳରେ 900 କଏଦୀଙ୍କୁ ପଡୋଶୀ ଜିଲ୍ଲାରେ ଥିବା ଜେଲ ଗୁଡିକୁ ସ୍ଥାନାନ୍ତର କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.