ETV Bharat / bharat

ଟ୍ରମ୍ପଙ୍କ ପାଇଁ 14 ବର୍ଷ ଛାତ୍ରର ସ୍ବତନ୍ତ୍ର ଭେଟି - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଟ୍ରମ୍ପଙ୍କ ଭାରତ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି । ତେବେ ଗୁଜୁରାଟରେ ଜଣେ 14 ବର୍ଷର ବାଳକ ଟ୍ରମ୍ପଙ୍କୁ ଭେଟି ଦେବାକୁ ତିଆରି କରିଛନ୍ତି ମୋଦି-ଟ୍ରମ୍ପଙ୍କ ଏକ ସ୍କେଚ । ସମ୍ପୂର୍ଣ୍ଣ ପଢନ୍ତୁ...

a
ଟ୍ରମ୍ପଙ୍କ ପାଇଁ 14 ବର୍ଷ ଛାତ୍ରର ସ୍ବତନ୍ତ୍ର ଭେଟି
author img

By

Published : Feb 21, 2020, 1:23 PM IST

ଗାନ୍ଧୀନଗର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାଗତ ପାଇଁ ସରକାରଙ୍କ ତରଫରୁ ଭବ୍ୟ ଆୟୋଜନ କରାଯାଉଛି । ହେଲେ ଗୁଜୁରାଟରେ ମାହିର ପଟ୍ଟେଲ ନାମକ ଜଣେ 14 ବର୍ଷର ଛାତ୍ର, ଆମେରିକା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ସ୍କେଚ ପ୍ରସ୍ତୁତ କରିଛନ୍ତି । ଯାହାକୁ ଅହମ୍ମଦାବାଦରେ, ଜିଲ୍ଲାପାଳ ଟ୍ରମ୍ପଙ୍କୁ ଭେଟି ଦେବେ। ଏହି ସ୍କେଚ ତିଆରି କରିବା ପାଇଁ ମାହିରଙ୍କୁ ମୋଟ 30 ଘଣ୍ଟା ସମୟ ଲାଗିଥିଲା ।

ତେବେ ଏହି ପରୀପ୍ରେକ୍ଷୀରେ କଳାକାର କହିଛନ୍ତି ମୁଁ ଭିନ୍ନ ଢଙ୍ଗରେ ରାଷ୍ଟ୍ରପତିଙ୍କ ସ୍ବାଗତ କରିବାକୁ ଚାହୁଁଛି । ସେଥିପାଇଁ ଟ୍ରମ୍ପ ଓ ମୋଦିଙ୍କର କେମେସ୍ଟ୍ରିକୁ ଚିତ୍ର ଆକାରରେ ପ୍ରତିଫଳିତ କରିଛି। ମାହିର ଅଷ୍ଟମ ଶ୍ରେଣୀରେ ପାଠପଢୁଥିବା ବେଳେ ସେ 5 ବର୍ଷ ବୟସରୁ ହିଁ ଚିତ୍ର ପ୍ରତି ତାଙ୍କ ରୁଚି ରହିଥିଲା । ଚିତ୍ରାଙ୍କନ ପାଇଁ ସେ କୌଣସି ଟ୍ରେନିଂ ନେଇ ନଥିବା ବେଳେ ୟୁଟ୍ୟୁବ ଭିଡିଓ ଦେଖି ସେ ଚିତ୍ର କରନ୍ତି ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ସେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କର ସ୍କେଚ ତିଆରି କରିଛନ୍ତି । ସେଥିମଧ୍ୟରୁ ମଦର ଟେରେସା ଓ ରବର୍ଟ ଡାଉନି ଅନ୍ୟତମ ।

ଏଠାରେ ସୂଚନାଥାଉ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଗାମୀ 24 ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.