ETV Bharat / bharat

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 16 ମୃତ - ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ସଡକ ଦୁର୍ଘଟଣା

ଉତ୍ତର ପ୍ରଦେଶ ଫିରୋଜାବାଦ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏକ ଟ୍ରକ ଏବଂ ଘରୋଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ 16 ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

road accident
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 16 ମୃତ
author img

By

Published : Feb 13, 2020, 9:02 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଫିରୋଜାବାଦ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ବୁଧବାର ମଧ୍ୟରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଏବଂ ଘରୋଇ ବସ ମୁହାଁମୁହିଁ ଧକ୍କା ହେବା ଫଳରେ 16 ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ 29 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ସୈଫାଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 16 ମୃତ

ସୂଚନା ମୁତାବକ, ଘଟଣାଟି ବୁଧବାର ରାତି ପ୍ରାୟ 10ଟା ସମୟରେ ଘଟିଥିଲା । ଏକ ଘରୋଇ ବସ 40-45 ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ବିହାର ଅଭିମୁଖେ ଯାଉଥିଲା । ବସ ଡ୍ରାଇଭର ଜଣକ ଫିରୋଜାବାଦ ଇଟାୱାର ବର୍ଡର ନିକଟରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ହଠାତ ନିୟନ୍ତ୍ରଣ ହରାଇ ବସିଥିଲେ ଏବଂ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ସେପଟେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ଅଧିକାରୀ ଏବଂ ଏସପିଙ୍କୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.