ଡେରାଡୁନ: କୋରୋନା ଭାଇରସ ଯୋଗୁଁ ଚଳିତବର୍ଷ ହରିଦ୍ୱାରରେ ହେବାକୁ ଥିବା କାଉଡିଆ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଉତ୍ତରାଖଣ୍ଡ ସରକାର। ଯାହାକୁ ନେଇ ବର୍ତ୍ତମାନ କାଉଡିଆମାନେ ଗଙ୍ଗା ନଦୀରୁ ପାଣିରୁ ଉଠାଇ ପାରିବେ ନାହିଁ ।
ଯଦି କେହି କାଉଡିଆ ହରିଦ୍ୱାରକୁ ଲୁଚିକର ଆସନ୍ତି, ଆଉ ସେ ପ୍ରଶାସନର ଦୃଷ୍ଟି ଗୋଚର ହୁଅନ୍ତି, ତେବେ ପ୍ରଶାସନ ତାଙ୍କୁ 14 ଦିନ କ୍ୱାରେଣ୍ଟିନରେ ରଖିବେ ଏବଂ କାଉଡିଆମାନେ ନିଜେ ସମସ୍ତ ଖର୍ଚ୍ଚ ବହନ କରିବେ ।
ବୁଧବାର ଏହି ସମ୍ପର୍କରେ ହରିୟାଣାର ଯମୁନାନଗର, କରନାଲ, ମୁଜାଫରନଗର, ସହାରନପୁର, ବିଜନୌର ଏବଂ ହରିଦ୍ୱାରର ପୋଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । କୋରୋନା ସଂକ୍ରମଣରେ କୌଣସି ପ୍ରକାର ରିସ୍କ ନିଆଯାଇପାରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।
ହରିଦ୍ୱାର ଡିଏମ ସି ରବି ଶଙ୍କର କହିଛନ୍ତି ଯେ, ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କାଉଡିଆ ଯାତ୍ରା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିବ। ଡିଏମ କହିଛନ୍ତି ଯେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କୌଣସି କାଉଡିଆଙ୍କୁ ସହରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ, କିନ୍ତୁ ଯଦି କେହି ଟ୍ରେନ କିମ୍ବା ଅନ୍ୟାନ୍ୟ ଉପାୟରେ ସହରକୁ ପ୍ରବେଶ କରନ୍ତି, ତେବେ ସେମାନଙ୍କୁ ନିଜ ଖର୍ଚ୍ଚରେ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯିବ।
ତେବେ ପ୍ରତିବର୍ଷ ହଜାର ହଜାର କାଉଡିଆ ଭକ୍ତ ହରିଦ୍ୱାରର ଗଙ୍ଗା ନଦୀରୁ ଜଳ ନେଇ ଭଗବାନ ଶିବଙ୍କ ଉପରେ ପାଣି ଢାଳିଥାନ୍ତି । ଏଥର କୋରୋନା ଜୀବାଣୁ ସଂକ୍ରମଣ ହେତୁ ଏହି ଯାତ୍ରା ବାତିଲ କରାଯାଇଛି ।