ETV Bharat / bharat

ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ 13 କୋରୋନା ପଜିଟିଭ ଚିହ୍ନଟ

author img

By

Published : Jun 2, 2020, 3:30 PM IST

ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ 13 କୋରୋନା ପଜିଟିଭ ଚିହ୍ନଟ । ଆତଙ୍କିତ ସମସ୍ତ କର୍ମଚାରୀ । ଅଧିକ ପଢନ୍ତୁ....

13 persons have tested positive for COVID19 at Delhi Lieutenant Governor  Office
ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କାର୍ଯ୍ୟାଳୟରେ 13 କୋରୋନା ପଜେଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା । ପାଖାପାଖି 188 ଦେଶକୁ ଗ୍ରାସ କରିଛି ମହାମାରୀ କୋରୋନା । ତେବେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଭାଇରସ ଉପରେ ରୋକ ଲାଗି ପାରୁନି । ଦିଲ୍ଲୀରେ କୋରୋନା ପଜିଟିଭଙ୍କ ସଂଖ୍ୟା 20834 ଥିବା ବେଳେ ମୃତକଙ୍କ ସଂଖ୍ୟା 523ରେ ପହଞ୍ଚିଛି ।

ସେହି କ୍ରମରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ 13 ଜଣ କର୍ମଚାରୀଙ୍କ ଠାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଯାହାକୁ ନେଇ ପୁରା କାର୍ଯ୍ୟାଳୟରେ ଆତଙ୍କ ଖେଳି ଯାଇଛି । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ଭାରତରେ 8,171ଟି ନୂଆ କୋଭିଡ-19 ମାମଲା ସାମ୍ନାକୁ ଆସିଥିବା ବେଳେ 204 ଜଣଙ୍କର ମୃତ୍ୟୁ ହୋଇଛି ।

ସୌଜନ୍ୟ @ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.