ଚଣ୍ଡୀଗଡ: କୋରୋନାର ପ୍ରଭାବ ସାରା ବିଶ୍ବରେ ଜାରି ରହିଛି। ଯାହାକୁ ଦୃଷ୍ଟିରେ ରଖି ହରିୟାଣା କର୍ତ୍ତୃପକ୍ଷ ଫରିଦାବାଦରେ 13 ଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଚିହ୍ନଟ କରିଛନ୍ତି। ଏହି ଅଞ୍ଚଳରେ କୋରୋନା ଭାଇରସକୁ ବିସ୍ତାରକୁ ରୋକିବା ପାଇଁ ଏହି ଅଞ୍ଚଳରେ ବିଭିନ୍ନ ପ୍ରତିବନ୍ଧକ ଲଗାଯାଇଛି।
ତେବେ ଏହି କଣ୍ଟେଣ୍ଟମେଣ୍ଟ ଜୋନ୍ ଗୁଡିକ ହେଉଛି ସେକ୍ଟର 11, ସେକ୍ଟର 37, ସେକ୍ଟର 28, ଗାଁ ବାଡଖଲ, ଗ୍ରୀନ ଫିଲ୍ଡ କଲୋନୀ, ଏ.ସି. ନାଗର, ଫତେହପୁର ଟାଗା, ଖୋରି, ସେକ୍ଟର 16, ସେକ୍ଟର 3, ଚାନ୍ଦପୁର ଆରୁଆ, ମୋହନା ଏବଂ ରଣହେରା ଇତ୍ୟାଦି।
ଫରିଦାବାଦ ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ, କୋଭିଡ୍ 19 ପ୍ରୋଟୋକଲ ପାଇଁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମକୁ ଦୃଷ୍ଟିରେ ରଖି 13 ଟି କ୍ଷେତ୍ରକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହାସହ ଉକ୍ତ ଜୋନରେ ରହୁଥିବା ସମସ୍ତ ଘରେ ଡୁଅର ଡୁ ଡୁଅର କ୍ୟାମ୍ପେନ କରାଯାଇ ଥର୍ମାଲ୍ ସ୍କ୍ରିନିଂ କରାଯିବ। ଯେଉଁଥି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସିଭିଲ୍ ସର୍ଜନଙ୍କୁ ନିୟୋଜିତ କରାଯିବ।