ETV Bharat / bharat

ଲଗାତାର 4ର୍ଥ ଦିନ ହଜାରେ ପଜିଟିଭ, 25 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - ତାମିଲନାଡୁରେ 25 ହଜାର ଟପିଲା ଆକ୍ରାନ୍ତ

ଗତ 24 ଘଣ୍ଟାର ତାମିଲନାଡୁରେ 1286 ପଜିଟିଭ ସହ ମୋଟ୍ ଆକ୍ରାନ୍ତ 25 ହଜାର ପାର କରିଛି । ଏବେ ସୁଦ୍ଧା ମୋଟ୍ 25 ହଜାର 872 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଲଗାତାର 4ର୍ଥ ଦିନ ହଜାରେ ପଜିଟିଭ, 25 ହଜାର ଟପିଲା ଆକ୍ରାନ୍ତ

author img

By

Published : Jun 3, 2020, 11:16 PM IST

ଚେନ୍ନାଇ: ମହାରାଷ୍ଟ୍ର ପରେ ବିଗୁଡୁଛି ତାମିଲନାଡୁ ଅବସ୍ଥା । ଦିନକୁ ଦିନ ପରିସ୍ଥିତି ସାଙ୍ଘାତିକ ପାଲଟୁଛି । ଲଗାତାର ଚତୁର୍ଥ ଦିନ ଏଠାରେ ହଜାରେ ଉପରେ ଆକ୍ରାନ୍ତ ବାହାରିଛନ୍ତି । ବୁଧବାର 1286 ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ଗତ 24 ଘଣ୍ଟାର ଏଠାରେ 1286 ପଜିଟିଭ ସହ ମୋଟ୍ ଆକ୍ରାନ୍ତ 25 ହଜାର ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ମୋଟ୍ 25 ହଜାର 872 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଛନ୍ତି । ସେହିପରି ଏପର୍ଯ୍ୟନ୍ତ 195 ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଚେନ୍ନାଇରେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ବାହାରିଛନ୍ତି ।

ପ୍ରକାଶ ଥାଉ କି ପୂର୍ବରୁ 1000 ତଳେ ମାମଲା ରହୁଥିବାବେଳେ ଏବେ ଗତ 4 ଦିନ ହେବ ଏହା 1000 ଟପିଛି । ରବିବାର ପ୍ରଥମ ଥର 1149 ଲୋକ ପଜିଟିଭ ବାହାରିଥିଲେ । ସୋମବାର 1112 ଜଣ ଆକ୍ରାନ୍ତ ସ୍ପଷ୍ଟ ହୋଇଥିଲେ । ସେହିପରି ମଙ୍ଗଳବାର 1091 ମାମଲା ଚିହ୍ନଟ ହୋଇଥିଲା । ସ୍ବାସ୍ଥ୍ୟ ବିଭାଗର ସୂଚନାନୁସାରେ ଏବେ ଯାଏଁ ମୋଟ୍ 13 ହଜାର ଉପରେ ଲୋକ ସୁସ୍ଥ ହୋଇସାରିଛନ୍ତି । 6 ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ ହୋଇସାରିଛି । 43ଟି ସରକାରୀ ଏବଂ 29ଟି ଘରୋଇ ଲାବରେ ଏହି ସବୁ ପରୀକ୍ଷା ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.